ରାଜ୍ୟସ୍ତରୀୟ ଜୁନିୟର ନାଲୋକ କପ୍ ବାସ୍କେଟ୍ ବଲ ପ୍ରତିଯୋଗିତା ଆରମ୍ଭ

କଟକ,(ନାଗରାଜ ନ୍ୟୁଜ): ଓଡିଶାର ବାସ୍କେଟ୍ଟ ବଲ ଆସୋସିଏସନ୍ ଆନୁକୁଲ୍ୟରେ ବାରବାଟି ଷ୍ଟାଡିୟମ୍ ବାଷ୍କେଟ ବଲ କଂପ୍ଲେକ୍ସ ଠାରେ ଆଜି ଠାରୁ 4 ଦିନ ବ୍ୟାପୀ ରାଜ୍ୟ ସ୍ତରୀୟ ଜୁନିୟର ନାଲୋକ କପ୍ ବାସ୍କେଟ୍ର ବଲ ପ୍ରତିଯୋଗିତା ଆରମ୍ଭ ହୋଇଛି । ଏହି ପ୍ରତିଯୋଗିତାରେ ବିଭିନ୍ନ ଜିଲ୍ଲାରୁ 27ଟି ବାଳକ ଏବଂ14 ଟି ବାଳିକା ବିଭାଗରେ ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରିଛନ୍ତି। ଏହି ପ୍ରତି ଯୋଗିତାରୁ ଖେଳାଳି ଚୟନ କରାଯାଇ ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଜୁନିୟର ବାସ୍କେଟ ବଲ ପ୍ରତିଯୋଗିତାରେ ଓଡ଼ିଶାରୁ ପ୍ରତିନିଧିତ୍ଵ କରିବେ। ଓଡ଼ିଶା ଅଲ୍ମ୍ପିକ ଆସୋସିଏସନର ସମ୍ପାଦକ ଅଭିଜିତ ପାଲ ଆଜି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ରାଜ୍ୟ ସ୍ତରୀୟ ଜୁନିଅର ବାଳକ ବାଳିକା ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ । ଶ୍ରୀ ପାଲ ଉଦ୍ଘାଟନ କରି କହିଲେ ବର୍ତ୍ତମାନ ନବୀନ ସରକାର ଅମଳରେ ଏକ କ୍ରୀଡା ଯୁଗ ଆରମ୍ଭ ହୋଇଛି। ସଫଳ ଖେଳାଳି ମାନଙ୍କୁ ସରକାରଙ୍କ ପକ୍ଷରୁ ବେଶ୍ ମୋଟା ଅଙ୍କ ପୁରସ୍କାର ଦିଆ ଯାଇଛି।ବାସ୍କେଟ ବଲ ଆସୋସିଏସନର ସମ୍ପାଦକ ଶ୍ରୀ ଅଶୋକ ସାହୁ ପ୍ରତି ଯୋଗିତା ସମ୍ପର୍କରେ ସୂଚନା ଦେଇଥିଲେ। ଆସୋସିଏସନର ସଭାପତି ଜ୍ଞାନ ରଞ୍ଜନ ପରିଡ଼ା ସଭାପତିତ୍ବ କରିଥିଲେ।ଆଜି ଉଦ୍ଘାଟନୀ ମ୍ୟାଚ୍ ରେ ବାଳକ ବିଭାଗରେ ପୁରୀ କେନ୍ଦୁଝର କୁ ଭେଟିଛନ୍ତି।

Leave a Reply

Your email address will not be published.