ବେଆଇନ ଗୋରୁ ବୋଝେଇ ପିକଅପ ଭ୍ୟାନକୁ ଅଟକ

ପାଟଣାଗଡ଼, (ନାଗରାଜ ନ୍ୟୁଜ): ପାଟଣାଗଡ଼ ଅଞ୍ଚଳରେ ଦିନକୁ ଦିନ ବଢ଼ି ଚାଲିଛି ବେଆଇନ ଗୋ ଚଲାଣ କାରବାର ଜ୍ଝସବୁ ଜାଣି ବି ହାତବାନ୍ଧି ବସିଛେ ପୁଲିସ । ଶେଷରେ ନିଜେ ଆଗକୁ ଆସି ବେଆଇନ ଗାଈ ବୋଝେଇ ପିକଅପ ଭ୍ୟାନ କୁ ଅଟକ ରଖିବା ସହ ପୁଲିସ ଜିମା ଦେଲେ ବଜରଙ୍ଗ ଦଳର କର୍ମକର୍ତ୍ତା । ଏଭଳି ଘଟଣା ଘଟିଛି ପାଟଣାଗଡ଼ ବରପଦର ରାସ୍ତାର ବ୍ରିଜ ନିକଟରେ ଦେଖିବାକୁ ମିଳିଛି । ଆଜି ଲୋହିସିଙ୍ଗା ଥାନା ରୋତ ଗାଁର ଲୋକ ମାନେ ଦୁଇଟି ପିକଅପ ଭ୍ୟାନ ରେ ବେଇଆନ ଭାବେ ଗୋରୁ ବୋଝେଇ କରି କଣ୍ଟାବାଞ୍ଜି ରୁ ନିଜର ଗାଁକେ ନେଉଥିବା ସମୟରେ ବଲାଙ୍ଗୀର ବଜରଙ୍ଗ ଦଳର କର୍ମକର୍ତ୍ତା ମାନେ ଖବର ପାଇଁ ଗାଡି କୁ ଅଟକ ରଖିବା ସହ ପୁଲିସ କୁ ଜିମା ଦେଇଥିଲେ । ପରେ ସେମାନେ କିଛି କାଗଜ ପତ୍ର ଦେଖାଇ ନ ପାରିବାରୁ ଚାଲାଣ କରୁଥୁବା ୪ଜଣ କୁ ପାଟଣାଗଡ଼ ପୁଲିସ ଥାନା କୁ ନେଇ ଅଟକ ରଖି ଅଧିକ ତଦନ୍ତ ଜାରିରଖିଛି । ସେମାନେ ହେଲେ ଲୋହିସିଙ୍ଗା ଥାନା ରୋତ ଗାଁର ଶିବରାମ, ରମେଶ ପୁଟେଲ, ଉଗ୍ରସେନ ସାହୁ, ହେମନ୍ତ ବରିହା ପୁଲିସ ଅମାନଙ୍କୁ ଥାନାରେ ରାଖୀ ଅଧିକ ତଦନ୍ତ ଜାରି ରଖିଛି । ଅନ୍ୟପଟେ ଅଞ୍ଚଳ ରେ ବେଆଇନ ଗୋ ଚାଲାଣ କାରବାର ହେଉଥୁବା ଜାଣି ମଧ୍ୟ ନିରବ ରହୁଥୁବାରୁ ପୁଲିସ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବଜରଙ୍ଗ ଦଳର କର୍ମକର୍ତ୍ତା ମାନେ ।

ପାଟଣାଗଡରୁ ଦୁର୍ଯ୍ୟୋଧନ ବର୍ଗେଙ୍କ ରିପୋର୍ଟ

Leave a Reply

Your email address will not be published.