ଅବକାରୀ ବିଭାଗର ଅଜବ ଦାଦାଗିରି, ମଦଜବଦ୍ ବାହାନାରେ ଲୁଟିନେଲ ଟଙ୍କା ଓ ସୁନା

ସୁନ୍ଦରଗଡ଼, (ନାଗରାଜ ନ୍ୟୁଜ): ଅବକାରୀ ବିଭାଗକୁ ରାଜ୍ୟ ସରକାର ନିଶା ନିୟନ୍ତ୍ରଣ ତଥା ବେଆଇନ ନିଶା କାରବାର ରୋକିବା ପାଇଁ ରାଜ୍ୟର ସମସ୍ତ ଜିଲ୍ଲାମାନଙ୍କରେ ଅବକାରୀ ଥାନା ଏବଂ ଫାଣ୍ଡି ଅବସ୍ଥାପିତ କରି କର୍ମଚାରୀ ନିଯୁକ୍ତି କରିଛନ୍ତି। ସେମାନଙ୍କ କାମ ହେଲା ବେଆଇନ ନିଶା କାରବାର କରୁଥିବା ବ୍ୟକ୍ତି ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ବେଆଇନ ମଦ ଏବଂ ନିଶାଦ୍ରବ୍ୟ ଉଦ୍ଧାର କରି ଜବତ୍ କରିବାପାଇଁ ତାଙ୍କୁ ରାଜ୍ୟ ସରକାର କ୍ଷମତା ପ୍ରଦାନ କରିଛନ୍ତି। କିନ୍ତୁ କେତେକ ସ୍ଥାନରେ କିଛି ଅବକାରୀ ଅଧିକାରୀମାନେ ଅବକାରୀ କ୍ଷମତାକୁ ଅପବ୍ୟବହାର କରୁଥିବା ରୁ ଅବକାରୀ ବିଭାଗ ବଦନାମ୍ ହେବାରେ ଲାଗିଛି। ଏମିତି ଏକ ଘଟଣା ଆଜି ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଥାନା ଅଧୀନରେ ଥିବା କଟିଙ୍ଗ ପଞ୍ଚାୟତ ର ଲିଟିବେଡା ଧାଙ୍ଗରୀଧୁକା ଗ୍ରାମରେ ଦେଖିବାକୁ ମିଳିଛି। ଘଟଣା ରୁ ଜଣାଯାଇଛି ଯେ,ଏହି ଗ୍ରାମର ସୁଭଦ୍ରା କୁଜୁର ସ୍ବାମୀ/ହାଲୁକୁଜୁର ଚୋରାରେ ମଦତିଆରିକରି ବିକ୍ରି କରି ପରିବାର ପୋଷଣ କରନ୍ତି। ଅବକାରୀ ବିଭାଗ ଗୁପ୍ତ ସୁଚନା ପାଇ ଗତ ୧୩ତାରିଖ ଦିନ ସକାଳ ୭ଟା ସମୟରେ ସୁଭଦ୍ରା କୁଜୁର ର ଘରେ କେହିନଥିବାଳେ ୪/୫ଟା ଅବକାରୀ ଗାଡିରେ ଡ୍ରେସ୍ ପିନ୍ଧି ବନ୍ଧୁକ ଧରି ଅବକାରୀ ବାବୁମାନେ କବାଟ ଖୋଲି ଘରେ ପଶିଥିଲେ।ପରେ ବିଭିନ୍ନ କୋଠରୀ ରେ ଖାନତଲାସ କରି ଦେଶୀମହୁଲି ରନ୍ଧାମଦ ସହିତ ଦୁଇ କୁଣ୍ଟଲରୁ ଅଧିକ ମହୁଲ ଫୁଲ ଜବଦ୍ କରି ସାଙ୍ଗରେ ନେଇଯାଇଥିଲେ।ହେଲେ ଏତିକିରେ ଅବକାରୀ ବାବୁଙ୍କ ମନ ନ ମାରିବାରୁ ଖୋଲାଥିବା ଅନ୍ୟ ଏକ କୋଠରୀ ର କାନ୍ଥରେ ଟଙ୍ଗା ହୋଇଥିବା ଆଲମିରାର ଚାବି ପେନ୍ଥା କୁ ନେଇ ବାବୁମାନେ ଆଲମିରା ଖୋଲି ଆଲମିରାରେ ଏବଂ ଭେଣ୍ଟିବ୍ୟାଗରେ ରଖିଥିବା ନଗଦ କୋଡ଼ିଏ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଏବଂ ଏକ ହଲ କାନର ସୁନା ନେଇ ଫେରାର ମାରିଥିଲେ। ପୁଣି ସେହିଦିନ ସନ୍ଧ୍ୟା ରେ କାହାଚାପରେ ନା କାହା ଭୟରେ ଚୋରି କରି ‌ନେଇଥିବା କାନର ସୁନାକୁ ଦୁଇ ଜଣ ଅବକାରୀ ବାଵୁ ସୁଭଦ୍ରା କୁଜୁର ଘରକୁ ଆସି ଅନ୍ଧାରୁଆ ଜାଗାରେ ଉଭୟ ସ୍ବାମୀ ସ୍ତ୍ରୀଙ୍କୁ ସେହି ସୁନାକୁ ଫେରାଇ ଦେଇ ତାଙ୍କ ଗୋଡହାତ ଧରି ଆମର ଭୁଲ ହୋଇଯାଇଛି ଆମେ ସମ୍ବଲପୁର ଅବକାରୀ ବିଭାଗ ରୁ ଆସିଛୁ ଏବଂ କୁତ୍ରା ରେ ରହୁଛୁ।ଏକଥା କାହାରି କୁ କହିବନାହି,ଆମର ଚାକିରି ପାଇଯିବ ବୋଲି କହିଥିଲେ। ଏଠାରେ ପ୍ରଶ୍ନ ଉଠେ ଯେ,ଯଦି ସମ୍ବଲପୁର ରୁ ଅବକାରୀ ବିଭାଗର ସ୍ବତନ୍ତ୍ର ଟିମ୍ କୁତ୍ରା ଅଞ୍ଚଳରେ ଚଢାଉ କରିଥଲେ ତାହେଲେ କୁତ୍ରା ଅଞ୍ଚର ପାଇଁ ଅବକାରୀ ଥାନା ବଡ଼ଗାଁ ଏବଂ ରାଜଗାଙ୍ଗପୁର ଠାରେ ସ୍ଥାନୀୟ ଅବକାରୀ ଅଫିସ ରହିଛି। ସେମାନଙ୍କ ସହିତ ଯୋଗାଯୋଗ କଲେନାହିଁ କାହିଁକି।

ଯଦି ମଧ୍ୟ ସେମାନେ ସ୍ବତନ୍ତ୍ର ସ୍କୁଆଡ ର ଅଧିକାରୀ ଅଟନ୍ତି ଏବଂ ସେମାନେ ସ୍ଥାନୀୟ ଅବକାରୀ ବିଭାଗ କୁ ନେଇ ଜଣାଇ ଯେକୌଣସି ସ୍ଥାନରେ ଚଢାଉ କରିବାର କ୍ଷମତା ରହିଛି ହେଲେ ଟଙ୍କା ଏବଂ ସୁନାରେ ହାତ ଦେବାପାଇଁ ସେମାନଙ୍କୁ କ୍ଷମତା ଦୃଇଛି କିଏ?। ଆଜି ସେମାନେ କୁତ୍ରା ଅଞ୍ଚଳରେ ମଦଜବଦ୍ ବାହାନାରେ ଟଙ୍କା ଏବଂ ସୁନା ଲୁଟି ନେଇପାରୁଛନ୍ତି। ତାହେଲେ ଅନ୍ୟ ଅଞ୍ଚଳ ରେ ସେମିତି ମଦଜବଦ୍ ବାହାନା କରି କେତେ ଟଙ୍କା ସୁନା ଲୁଟି ନେଇ ନଥିବେ କିଏ କହିବ। ଅନ୍ୟ ପକ୍ଷରେ ଏସମ୍ପର୍କରେ ଆମ ସୁନ୍ଦରଗଡ଼ ପ୍ରତିନିଧି ଦଶରଥ ପୋଡ଼ ରାଜଗାଙ୍ଗପୁର ଅବକାରୀ ବିଭାଗର ଅଧିକାରୀ ଭୋଇବାବୁ ଏବଂ ବଡ଼ଗାଁ ଅବକାରୀ ବିଭାଗର ଅଧିକାରୀ ରାଜେଶ କୁମାର ପଟେଲଙ୍କ ସହିତ କଥା ହେବାର ସେମାନେ ଏହି ଚଢାଉ ବିଷୟରେ ଜିଣିନାହି କିମ୍ବା ଆମକୁ କେହି ଖବର ମଧ୍ୟ ଦେଇନାହାନ୍ତି, ଯଦି ସେଦିନ ଚଢାଉ ହୋଇଛି ତାହେଲେ ତାହା ସମ୍ବଲପୁର ଅବକାରୀ ବିଭାଗର ସ୍ବତନ୍ତ୍ର ସ୍କୁଆଡ ହୋଇଥାଇ ପାରନ୍ତି ବୋଲି ଉଭୟ ଅଧିକାରୀ କହିଥିଲେ।ଏ ସମ୍ପର୍କରେ ସମ୍ପୃକ୍ତା ମହିଳା ସୁଭଦ୍ରା କୁଜୁର କୁତ୍ରା ଥାନାରେ ଏକ ଲିଖିତ ଅଭିଯୋଗ କରିବି ବୋଲି ଆମ ପ୍ରତିନିଧି ଙ୍କୁ କରିଥିଲେ। ଅବକାରୀ ବିଭାଗର ଉଚ୍ଚ ପଦାଧିକାରୀ ଏବଂ ପୋଲିସ ପ୍ରଶାସନ ଏହାର ବିଧିବଦ୍ଧ ତଦନ୍ତ କରି ସେଦିନ ଚଢାଉ ରେ କେଉଁ ଅବକାରୀ ଅଧିକାରୀମାନେ ଭାଗନେଇଥିଲେ ଏବଂ କେଉଁ କେଉଁ କର୍ମଚାରୀ ଚଢ଼ାଉ ରେ ସହଯୋଗ କରିଥିଲେ, ସେମାନଙ୍କୁ ପଚରାଉଚରା କଲେ ସମସ୍ତ ତଥ୍ୟ ପଦାକୁ ଆସିବ।

ସୁନ୍ଦରଗଡ଼ରୁ ଦଶରଥ ପୋଡ଼ଙ୍କ ରିପୋର୍ଟ ନାଗରାଜ ନ୍ୟୁଜ

Leave a Reply

Your email address will not be published.