ଛାତ୍ରଛାତ୍ରୀଙ୍କ କ୍ୟାଣ୍ଡଲ ଶୋଭାଯାତ୍ରା

ଖଇରା, (ନାଗରାଜ ନ୍ୟୁଜ): କଲେଜ ଛାତ୍ରଛାତ୍ରୀମାନେ କ୍ଷତି ପୂରଣ ଦାବିକରିବା ସହିତ କ୍ୟାଣ୍ଡଲ ଶୋଭାଯାତ୍ରା କରିଛନ୍ତି । ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ୍ ଗଣ୍ଡିବେଡ ପଞ୍ଚାୟତ ଅଧୀନରେ ଥିବା ମାଟିଆଳ ପଦା କଲେଜକୁ ଗତକାଲି ଦୁଇ ଛାତ୍ର ଯାଉଥିବା ସମୟରେ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲେ । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଗୁରୁତର ଅବସ୍ଥାରେ କଟକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଆଜି ସେହି କଲେଜର ଛାତ୍ରଛାତ୍ରୀମାନେ ମୃତ ଉମେଶଙ୍କ ପାଇଁ କ୍ୟାଣ୍ଡଲ ଶୋଭାଯାତ୍ରା କରିବା ସହ ସରପଞ୍ଚଙ୍କ ପାଖରେ ଦାବି କରିଥିଲେ । କଲେଜ ସାମ୍ନାରେ ହମ୍ପ୍ସ କରିବା ସହିତ ଦୁଇ ପରିବାରକୁ କ୍ଷତି ପୂରଣ ଦାବି କରିଛନ୍ତି । ଦାବି ପୂରଣ ନହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published.