ଯୋବ୍ରା ଆନିକଟରେ ବୁଡି ଛାତ୍ର ମୃତ

କଟକ,(ନାଗରାଜ ନ୍ୟୁଜ): ଯୋବ୍ରା ଆନିକଟରେ ବୁଡି ଛାତ୍ର ମୃତ | ଛାତ୍ର ଜଣକ ଜଗତପୁର ଥାନାରେ ପୂର୍ବଗଛ ଅଂଚଳର ସୋହେଲ ଖାନ | ନିମପୁର ସ୍ପୋର୍ଟ୍ସ କ୍ଳବର 50ରୁ ଅଧିକ ଛାତ୍ର ସୁଇମିଙ୍ଗ ପ୍ରଶିକ୍ଷଣ ପାଇ ମହାନଦୀକୁ ଆସିଥିବା ବେଳେ ସୋହେଲ ବୁଡି ଯାଇଥିଲେ | ଘଟଣାର ଖବର ପାଇ ଜଗତପୁର ଥାନାରେ ପୁଲିସ ଓ ଅଗ୍ନିଶମ ବାହିନୀର ଟିମ ଘଟଣାସ୍ଥଳରେ ପହଂଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ | ପରେ ସୋହେଲଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା | ଛାତ୍ରମାନେ ଶନ୍ତରଣ ପାଇ ମହାନଦୀକୁ ଆସିଥିବା ବେଳେ ଏଭଳି ଅଘଟଣ ଘଟିଛି | ମୃତଦେହକୁ ଉଦ୍ଧାର କରାଯାଇ ମେଡିକାଲ ପଠାଯାଇ ସମସ୍ତ ତଦନ୍ତ ଆରମ୍ଭ କରାଯାଇଥିବା କହିଛନ୍ତି ଜଗତପୁର ଥାନାରେ ଅଧିକାରୀ ରବୀନ୍ଦ୍ରନାଥ ମେହେର |

Leave a Reply

Your email address will not be published.