ଜୟ ମା’ ପାଟଣେଶ୍ୱରୀ ଉଚ୍ଚ ବିଦ୍ୟାଳୟରେ ୧୫ ରୁ ୧୮ ବର୍ଷ ଛାତ୍ରଛାତ୍ରୀଙ୍କ କରୋନା ଟିକା ଆରମ୍ଭ

ଖପ୍ରାଖୋଲ, (ନାଗରାଜ ନ୍ୟୁଜ): କରୋନା ନିୟନ୍ତ୍ରଣ ପାଇଁ ପ୍ରଥମେ ବୟସ୍କ, ପରେ ମଧ୍ୟ ବୟସ୍କଙ୍କୁ ଟିକା ଦେଇଥିବାବେଳେ ଏବେ ୧୫ ରୁ ୧୮ ବର୍ଷ ବୟଷର ଛାତ୍ରଛାତ୍ରୀଙ୍କୁ ମଧ୍ୟ ମାଗଣାରେ ଟିକା ଦେବା ଆରମ୍ଭ କରାଯାଇଛି । ଖପ୍ରାଖୋଲ ବ୍ଲକ ଚଙ୍ଗରିଆର ଜୟ ମା’ ପାଟଣେଶ୍ୱରୀ ଉଚ୍ଚ ବିଦ୍ୟାଳୟ ପଞ୍ଚ ଛକ ଛାତ୍ରଛାତ୍ରୀମାନେ ଟିକା ନେଇଥିବା ଜଣାଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ସୁଶୀଲ କୁମାର ଗୁରୁଙ୍କ ଉପସ୍ଥିତିରେ ଟିକା ପ୍ରଦାନ କରାଯାଇଥିଲା । ସମସ୍ତ ୧୫ବର୍ଷରୁ ଉର୍ଧ୍ଵ ଛାତ୍ରଛାତ୍ରୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସି ଟିକା ନେବାକୁ ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଓ ଷ୍ଟାପ୍ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published.