ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଧାରଣା ଦେଲେ ଛାତ୍ରଛାତ୍ରଛାତ୍ରୀ

ବାଲେଶ୍ୱର,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଳା ବସ୍ତା ବ୍ଲକ ଜୟଚନ୍ଦ୍ର ନୋଡାଲ ଉଚ୍ଚ ଆଦର୍ଶ ବିଦ୍ୟାଳୟରେ ଆଡ଼ମିସନ ହେବାକୁ ଯାଇଥିବା ୨୧ ଜଣ ଛାତ୍ରଛାତ୍ରୀ ଆଡ଼ମିସନ ହୋଇନପାରି ଫେରିଲେ । ସୂଚନା ଅନୁଯାୟୀ ଆଜି ବସ୍ତା ବ୍ଲକ ଅନ୍ତର୍ଗତ ଜାମଶୁଳୀ ସ୍ଥିତ ଜଯଚନ୍ଦ୍ର ନୋଡାଲ ହାଇସ୍କୁଲରେ ୮୬ ଜଣ ଛାତ୍ରଛାତ୍ରୀଙ୍କୁ ଆଦର୍ଶ ବିଦ୍ୟାଳୟରେ ଆଡମିଶନ ନିମନ୍ତେ ପ୍ରବେଶିକା ପରୀକ୍ଷା ଦେବା ପାଇଁ ଅନୁମତି ମିଳିଥିଲା । ଏଥିପାଇଁ ବୋର୍ଡ କର୍ତ୍ତୃପକ୍ଷଙ୍କ ଦ୍ୱାର ଅନଲାଇନ ଦ୍ୱାରା ଏଡ଼ମିଟ କାର୍ଡ ଇସୁ କରାଯାଇଥିଲା । ଛାତ୍ରଛାତ୍ରୀ ମାନେ ଅନଲାଇନ ମାଧ୍ୟମରେ ଏଡ଼ମିଟ କାର୍ଡ ପାଇ ଆଜି ପ୍ରସ୍ତୁତ ହୋଇ ପରୀକ୍ଷା କେନ୍ଦ୍ରରେ ପହଂଚିଥିଲେ । ମାତ୍ର ପରୀକ୍ଷା ପରିଚାଳନା ଦାୟିତ୍ବରେ ଥିବା ବସ୍ତା ଗୋଷ୍ଠୀ ଶିକ୍ଷାଅଧିକାରୀ ଲଲାଟେନ୍ଦୁ କେଶରି ଜେନା ୨୧ ଜଣ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବାକୁ ଅନୁମତି ଦେଇନଥିଲେ । ଯାହାକୁ ନେଇ ପରୀକ୍ଷା କେନ୍ଦ୍ର ସମୁଖରେ ଉତ୍ତେଜନା ଦେଖାଦେଇ ଥିଲା । ପରୀକ୍ଷାରୁ ବଞ୍ଚିତ ହେବା ପରେ ଛାତ୍ରଛାତ୍ରୀ ମାନେ ଗେଟ ସମୁଖରେ ଧାରଣାରେ ବସିଥିଲେ । ଖବର ପାଇ ସିଂଲା ପୋଲିସ ଏବଂ ବାଲେଶ୍ୱର ଜିଲ୍ଲା ଅତିରିକ୍ତ ଶିକ୍ଷାଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଅଭିଭାବକ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

Leave a Reply

Your email address will not be published.