ସ୍ମାର୍ଟ୍ ମିରର ନିର୍ମାଣ କରି ଚର୍ଚ୍ଚାରେ ଇଂଜିନିୟରିଂ ସ୍କୁଲ ଛାତ୍ର ସ୍ବାଧୀନ

କଟକ, (ନାଗରାଜ ନ୍ଯୁଜ):ସେ ସାଧାରଣ ଆଇନା ନୁହେଁ । ସ୍ମାର୍ଟ୍ ମିରର। ଆଇନା ଆଗରେ ଠିଆ ହୋଇ ଆଇନା କୁ ନିର୍ଦେଶ ଦେଲେ ସବୁ କାର୍ଯ୍ୟ ହେଇଯିବ। ଏମିତି ଏକ ସ୍ମାର୍ଟ ମିରରର ଉଦ୍ଭାବନ କରିଛନ୍ତି କଟକ ବୋଷ ଇଂଜିନିୟରିଂ ସ୍କୁଲ ଛାତ୍ର।

ମୁହଁ ଦେଖିବାକୁ ଥିବା ଆଇନା ଆଗରେ ଠିଆ ହୋଇ ନିର୍ଦେଶ ଦେଲେ ଏସି ଚାଲିବ, ଫ୍ୟାନ ଚାଲିବ ଓ ବଲବ ଜଳିବ ଓ ବଲବ ର କଲର ମଧ୍ୟ ପରିବର୍ତ୍ତନ ହୋଇପାରିବ। ଖାଲି ସେତିକି ନୁହେଁ ପାଣିପାଗ ସମ୍ପର୍କରେ ସୂଚନା ମିଳିବ, କ୍ୟାଲେଣ୍ଡର ବି ଦେଖିହେବ ଓ ଗୀତ ଶୁଣିବା ସହ ଟିଭି ଦେଖି ହେବ। ଏମିତି ଏକ ସ୍ମାର୍ଟ ମିରର ତିଆରି କରିଛନ୍ତି କଟକ ବୋଷ ଇଂଜିନିୟରିଂ ସ୍କୁଲର ଇଲୋକ୍ଟ୍ରୋନିକ୍ସ୍ ବିଭାଗର ଶେଷ ବର୍ଷର ଛାତ୍ର ସ୍ବାଧୀନ ଦାସ।

କୋଭିଡ ସମୟରେ ଲକଡାଉନ ଓ ସର୍ଟଡାଉନ ସତେ ଯେମିତି ସ୍ବାଧୀନ ଙ୍କ ପାଇଁ ଆଣିଦେଇଥିଲା ସୁବର୍ଣ୍ଣ ସୁଯୋଗ। ଏକ ନୂଆ କରି ଦେଖାଇବାର ଆଗ୍ରହ ଓ ଉତ୍ସାହ ନେଇ ଆରମ୍ଭ କରିଥିଲେ ସ୍ମାର୍ଟ ମିରରର ତିଆରି କାମ। କିଛି ସହଯୋଗୀ ଙ୍କୁ ନେଇ ୩ ମାସର ପରିଶ୍ରମ ପରେ ଶେଷରେ ସଫଳତା ମିଳିଥିଲା। ସ୍ମାର୍ଟ୍ ମିରର ଆଗରେ ଭ ଏସ କମାଣ୍ଡ ଦେଲେ ସବୁ କାମ ଆପେ ଆପେ ହୋଇଯିବ।

ଏକ ବଡ଼ ଦର୍ପଣ, ପ୍ଲାଏ ବୋର୍ଡ ଓ କିଛି ଇଲେକ୍ଟ୍ରୋନିକ୍ସ ଡିଭାଇସ୍ ନେଇ ତିଆରି ହୋଇଛି ସ୍ମାର୍ଟ ମିରର। ଏହାର ମୋଟ ଖର୍ଚ୍ଚ ୨୦ ହଜାର ଟଙ୍କା ହୋଇଥିବା ବେଳେ ଏହା ଇଲେକ୍ଟ୍ରି ରେ ଚାଲୁଛି ଓ ଆବଶ୍ୟକ ହେଲେ ବ୍ୟାଟେରୀ ମଧ୍ୟ ବ୍ୟବହାର ହୋଇପାରିବ। ତେବେ ସରକାରୀ ସହାୟତା ମିଳିଲେ ଆଗକୁ ଏହାକୁ ଆହୁରି ଅଧିକ କ୍ରିୟାଶୀଳ କରାଯାଇପାରିବ ବୋଲି କହିଛନ୍ତି ସ୍ବାଧୀନ । ତେବେ ସ୍ବାଧୀନ ଙ୍କ ଏହି ନିଆରା ପ୍ରୟାସ ସବୁ ଛାତ୍ରଛାତ୍ରୀ ମାନଙ୍କ ପାଇଁ ପ୍ରେରଣା ଯୋଗାଇବ ନିଶ୍ଚୟ ।

Leave a Reply

Your email address will not be published.