ଅଂଶୁଘାତ ମୁକାବିଲା ପାଇଁ ଉପଖଣ୍ତ ପ୍ରଶାସନର ପ୍ରସ୍ତୁତି ବୈଠକ

ବାଙ୍କୀ, (ନାଗରାଜ ନ୍ୟୁଜ): ଉପଖଣ୍ତ ପ୍ରଶାସନ ପକ୍ଷରୁ ଗ୍ରୀଷ୍ମ ଋତୁରେ ସମ୍ଭାବ୍ୟ ଅଂଶୁଘାତର ମୁକାବିଲା ପାଇଁ ଏକ ପ୍ରଶାସନିକ ପ୍ରସ୍ତୁତି ବୈଠକ ବାଙ୍କୀ ବ୍ଲକ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନାଙ୍କ ଅଧକ୍ଷତାରେ ଅନୁଷ୍ଟିତ ହୋଇଯାଇଛି । ଆଗାମୀ ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ଉପଖଣ୍ତର ସମସ୍ତ ବିଡିଓ ଏବଂ ପାନୀୟ ଜଳଯୋଗାଣ ବିଭାଗ ସମସ୍ୟା ଦୂର ନିମନ୍ତେ ପଦକ୍ଷେପ ନେବାକୁ ଉପଜିଲ୍ଲାପାଳ ନିର୍ଦ୍ଧେଶ ଦେଇଥିଲେ। ଜଳାଭାବ ଅଞ୍ଚଳ ଗୁଡିକରେ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇବା ସହ ଏନ ଏ ସି ମଧ୍ୟରେ ପାନୀୟ ଜଳ ପାଇପ ଦ୍ୱାରା ଯୋଗାଇବା ଓ ଅଚଳ ନଳକୂପ ଗୁଡିକର ଯୁଦ୍ଧ କାଳୀନ ଭିତ୍ତିରେ ମରାମତି ଦିଗରେ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଛି। ଉପଖଣ୍ତ ଚିକିତ୍ସାଳୟ ରେ ନୂତନ ଶିତତାପ ନିୟନ୍ତ୍ରଣ କକ୍ଷ ପ୍ରସ୍ତୁତ କରିବ। ଓ ଅଂଶୁଘାତ ନିମନ୍ତେ କଣ୍ଟ୍ରୋଲ ରୁମ ଖୋଲିବାକୁ ଉପଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ମଜୁରୀ କାମ ବନ୍ଦ ରଖିବା,ଯାତ୍ରୀବାହୀ ବସ ଗୁଡିକରେ ପାନୀୟଜଳ, ଓ ଆର ଏସ ଓ ପ୍ରାଥମିକ ଚିକିତ୍ସା ସହାୟତ। ବାକ୍ସ ସୁବିଧା ରଖିବା,ପଶୁପକ୍ଷୀ ମାନଙ୍କୁ ଅଂଶୁଘାଟରୁ ରକ୍ଷା କରିବା ନିମନ୍ତେ ନଳକୂପ ନିକଟରେ ଚୁହା ଖୋଳି ଜଳରଖିବା, ଗ୍ରାମାଞ୍ଚଳ, ଏନ ଏ ସି ଅଂଚଳ ମଧ୍ୟରେ ଜଳଛତ୍ର ଖୋଲିବା ,ସମସ୍ତ ବିଭାଗରେ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲିବାକୁ ଆଲୋଚନା କରାଯାଇଥିଲା।ବାଙ୍କୀର ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published.