ଉପଖଣ୍ଡସ୍ତରୀୟ ଯୁବ ସାମ୍ବାଦିକ ସଂଘର ବୈଠକ

ପାଟଣାଗଡ, (ନାଗରାଜ ନ୍ଯୁଜ): ଉପଖଣ୍ଡସ୍ତରୀୟ ଯୁବ ସାମ୍ବାଦିକ ସଂଘ ପାଟଣାଗଡର ଏକ ଜରୁରୀକାଳୀନ ବୈଠକ ସ୍ଥାନୀୟ ଆଦିବାସୀ ଭବନ ଠାରେ ସଭାପତି କରୁଣାକର ବୁଡେକଙ୍କ ସଭାପତିତ୍ୱିରେ ଅନୁଷ୍ଠିତ
ହୋଇଯାଇଛି। ଏହି ବୈଠକରେ ନୂତନ ସଦସ୍ଯ ସାମିଲ କରିବା, ସଂଘର ନୂତନ କାର୍ଯ୍ୟକାରୀ କମଟିିରେ ଅଦଳବଦଳ କରିବା ସହ ପ୍ରତି ୩ମାସର ପ୍ରଥମ ସପ୍ତାହରେ ସଂଘର ବୈଠକ କରିବାକୁ ନେଇ ସଂଘର ସମ୍ପାଦକ ବିମଳ କୁମାର ବାଗ ସଭାରେ ଉପସ୍ଥିତ ଥିବା ସଦସ୍ଯଙ୍କ ସମ୍ମୁଖରେ ପ୍ରସ୍ତାବ ଆଣିଥିଲେ ।

ଆଜି ଅନୁଷ୍ଠିତ ହୋଇଥିବା ବୈଠକରେ ପାଟଣାଗଡ, ବେଳପଡା ଓ ଖପ୍ରାଖୋଲର ଅଂଚଳର ସମସ୍ତ ସଦସ୍ଯ ଉପସ୍ଥିତ ନଥିବାରୁ ଆସନ୍ତା ରବିବାର ୨୯ ତାରିଖ ଦିନ ବନଦୂର୍ଗା ସେଟ୍ରାଲ ନର୍ସରୀ ଅଫିସ ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଉପଖଣ୍ଡସ୍ତରୀୟ ଯୁବ ସାମ୍ବାଦିକ ବୈଠକରେ ସଂଘର ସମ୍ପାଦକ ଶ୍ରୀ ବାଗ ଦେଇଥିବା ପ୍ରସ୍ତାବ ଓ ସଂଘର ଅନ୍ୟାନ୍ଯ କାର୍ଯ୍ୟ ପନ୍ଥା ଉପରେ ଆଲୋଚନା କରାଯିବ ସହ ଖବର ସଂଗ୍ରହ ସମୟରେ ଉପୁଜୁଥିବା ବିଭିନ୍ନ ସମସ୍ଯା ଉପରେ ମଧ୍ଯ ଆଲୋଚନା କରାଯିବ ବୋଲି ସଭାପତି ଶ୍ରୀ ବୁଡେକ କହିଥିଲେ ।

ଏହି ବୈଠକରେ ଉପଦେଷ୍ଟା କମିଟିର ବରିଷ୍ଠ ସାମ୍ବାଦିକ ଦିଲୀପ ଭୋଇ, ଉପସଭାପତି ଗୋରେଖନାଥ ବରିହା, ଉପଦେଷ୍ଟା ଜଗଦୀଶ ଭୋଇ, ନଟବର ମହାନନ୍ଦ, ଦୂର୍ଯ୍ୟୋଧନବର୍ଗେ, ନରୋତ୍ତମ ପଣ୍ଡା ଓ ଚନ୍ଦ୍ରଶେଖରବରିହା ପ୍ରମୁଖ ଉପସ୍ଥିତ ଥିଲେ। ଏହି ସଭାକୁ ମୂଖ୍ୟ ଉପଦେଷ୍ଟା ଦିଲିପ କୁମାର ଭୋଇ ପରିଚାଳନା କରିଥିବା ବେଳେ ଗୋରେଖନାଥ ବରିହା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published.