ବାଲୁକା କଳାରେ ବିଜୁ ପଟ୍ଟାନୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ସୁଦର୍ଶନ ପଟ୍ଟନାୟକ

ପୁରୀ, (ନାଗରାଜ ନ୍ୟୁଜ): ଆଜି ପ୍ରବାଦ ପୁରୁଷ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୬ ତମ ଜନ୍ମବାର୍ଷିକୀ । ଏହି ଅବସରରେ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ବାଲୁକା ଚିତ୍ରକଳା କରି ଓଡିଶା ସୁପୁତ୍ର ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସ୍ୱର୍ଗତ ବିଜୁ ପଟ୍ଟନାୟକ ମୁଖ ମଣ୍ଡଳକୁ ବାଲୁକା ଚିତ୍ରକଳାରେ ସ୍ଥାନ ଦିଆଯାଇଛି । ମାର୍ଚ୍ଚ ୫ ତାରିଖ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ବାର୍ଷିକୀ ଅବସରରେ ବିଭିନ ସଂଗଠନ, ବୁଦ୍ଧିଜୀବୀଙ୍କ ପକ୍ଷରୁ କଳିଙ୍ଗ ପୁତ୍ର ବିଜୁ ପଟ୍ଟନାୟକ ଙ୍କ ଶ୍ରଦ୍ଧାଞ୍ଜଳି ଦିଆଯିବା ସହ ତାଙ୍କ ସ୍ମୃତିରେ ବିଭିନ୍ନ କାର୍ୟ୍ୟକ୍ରମ ଆୟୋଜନ କରାଯାଇଥାଏ ।

Leave a Reply

Your email address will not be published.