ଗୁଡି ପ୍ରତିଯୋଗିତାର ପ୍ରଥମ ହେଲେ ସୁଲୋଚନା ବେହେରା

ବାଲେଶ୍ୱର, (ନାଗରାଜ ନ୍ୟୁଜ ): ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା, ବାଲେଶ୍ୱର ଫେସବୁକ୍ ଗୃପ୍ ଦ୍ୱାରା ଆୟୋଜିତ ରାଜ୍ୟ ସ୍ତରୀୟ ସାପ୍ତାହିକ ୩୬ ପର୍ଯ୍ୟାୟ କ୍ଷୁଦ୍ରଗଳ୍ପ ଗୁଡି ପ୍ରତିଯୋଗିତାର ଫଳାଫଳ ପ୍ରକାଶ ପାଇଛି । ଏଥିରେ ବିଭିନ୍ନ ଜିଲ୍ଲାରୁ ରାଉରକେଲା ସୁନ୍ଦରଗଡରୁ ରଞ୍ଜୁଲତା ପାଢ଼ୀ ଏବଂ ସୁସ୍ମିତା ମହାପାତ୍ର, ଯୁନିଦାପାଟଣା ଯାଜପୁରରୁ ଭାରତୀ ସାହୁ, ପାରାଦୀପଗଡ଼ ଜଗତସିଂହପୁରରୁ ରଞ୍ଜିତା ସାହୁ, ବଇଁଚୁଆ, ବାଳକାଟି ଖୋର୍ଦ୍ଧାରୁ ସୁଲୋଚନା ବେହେରା ଓ ମିଟୁଆଣି, ଠାକୁରମୁଣ୍ଡା ମୟୂରଭଞ୍ଜରୁ ଦେଵେନ୍ଦ୍ର ନାୟକ ପ୍ରମୁଖ ମୋଟ ୭ ଜଣ ଭାଗନେଇଥିଲେ । ସରସ୍ୱତୀ ପଣ୍ଡାଙ୍କ ସମୀକ୍ଷାରୁ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ସୁଗୃହିଣୀ, କବୟିତ୍ରୀ ଓ ଲେଖିକା ସୁଲୋଚନା ବେହେରା ।

ସେହିପରି ଦେବେନ୍ଦ୍ର ନାୟକ ଦ୍ବିତୀୟ ଓ ସୁସ୍ମିତା ମହାପାତ୍ର ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ପ୍ରତିଯୋଗୀମାନେ ନିଜ ନିଜର କର୍ମମୟ ଜଞ୍ଜାଳ ଭିତରେ ରହି ମଧ୍ୟ ସମୟ ବାହାର କରି ଗଦ୍ୟ ସାହିତ୍ୟର ଉନ୍ନତି ନିମନ୍ତେ ଲେଖନୀ ଚାଳନା ଜାରି ରଖିଛନ୍ତି । ସେଥିପାଇଁ ସମସ୍ତଙ୍କୁ କୋଷାଧ୍ୟକ୍ଷ- ସନ୍ଦିପ ମାଝୀ, ସକ୍ରିୟସଦସ୍ୟା- ବାସନ୍ତୀ ଲତା ଜେନା, ଉପସଭାପତି- ପ୍ରହଲ୍ଲାଦ ବାରିକ, ଉପଦେଷ୍ଟା- ବସନ୍ତ କୁମାର ବାରିକ(ଆଇନଜୀବୀ, ଓଡିଶା ହାଇକୋର୍ଟ) ଏବଂ ସହ ସମ୍ପାଦିକା- ମମତାମୟୀ ବିଶ୍ୱକଲ୍ୟାଣୀ ରାଉତ ପ୍ରମୁଖ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି ।

Leave a Reply

Your email address will not be published.