ଖୋଦ୍ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ନିର୍ବାଚନ ମଣ୍ଡଳୀରେ ଚାଲିଛି ସ୍ବାମୀ ରାଜ

ଢେଙ୍କାନାଳ, (ନାଗରାଜ ନ୍ଯୁଜ): ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଏକତାଳି ପଞ୍ଚାୟତରେ ଦୁର୍ନୀତିର ଗନ୍ଧ । ଏହି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବାପାଇଁ ହାତ ଗୁଞ୍ଜା ଦେବାକୁ ପଡୁଛି । ନହେଲେ ତଳୁ ଉପର ଅଧିକାରୀ ଯାଏଁ କେହି ଶୁଣୁନଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆଣିଛନ୍ତି ଏକତାଳି ପଞ୍ଚାୟତ ଅନ୍ତର୍ଗତ ନିମେଁଇପୁର ରାଜସ୍ୱ ଗ୍ରାମର ଲେଙ୍କା ସାହିର ବାସିନ୍ଦା ପ୍ରଦିପ ସାହୁଙ୍କ ସ୍ତ୍ରୀ ମାମିନା ସାହୁ ।

ତାଙ୍କ କହିବା କଥା ଅନୁଯାୟୀ, ଦିର୍ଘଦିନ ହେବ ଭଙ୍ଗାରୁଜା ଚାଳଛପର ଝାଟିମାଟି ଘରେ ରହି ଆସୁଛନ୍ତି । ମାମିନାଙ୍କ ସ୍ବାମୀ ଜଣେ ଦିନ ମଜୁରୀଆ । ଦଇବ ଦାଉ ସାଜିବା ପରି ଦୁଇ ଦୁଇ ଥର ମହାମାରୀ କରୋନା ତାଙ୍କର ପରିବାରର ଆର୍ଥୀକ ଅବସ୍ଥାକୁ ଦୋହୋଲାଇ ଦେଇଛି । ବାରମ୍ବାର ସ୍ଥାନୀୟ ବିଧାୟକ ତଥା ରାଜ୍ୟ ସରକାରଙ୍କ ବରିଷ୍ଠ କ୍ୟାବିନେଟ ଖଣି ଓ ପୁର୍ତବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ କାକୁତି ବିନତୀ ହୋଇ କହିଥିଲେ ମାମିନା ।

ମନ୍ତ୍ରୀ ମଧ୍ୟ ମାମିନାଙ୍କ ମନ ବୁଝାଇବା ପାଇଁ ଏକତାଳି ପଞ୍ଚାୟତର ସରପଞ୍ଚଙ୍କ ପାଖରେ ମାମିନାଙ୍କ ଅଭିଯୋଗ ରଖିଥିଲେ । ଏହାପରେ ମାମିନାଙ୍କ କହିବା କଥା ଅନୁଯାୟୀ, ସରପଞ୍ଚଙ୍କ ସ୍ବାମୀ ଲେଖାକୁ ଅଳିଆଗଦାରେ ଫିଙ୍ଗିଦେ ବୋଲି କହିଥିଲେ । ଏଠାରେ ଟଙ୍କା ନାହିଁ ତ ଘର ନାହିଁ ବୋଲି ସରପଞ୍ଚଙ୍କ ସ୍ବାମୀ କହିଥିବାର ମାମିନା କହିଛନ୍ତି ।

କେବଳ ଏତିକି ନୁହେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ମାମିନାଙ୍କ ନାମରେ ଘରଟି ଲିଷ୍ଟିରେ ଥିବାବେଳେ ଏବେ ଟଙ୍କା ଦେଇପାରିଲେ ନାହିଁ ବୋଲି ତାଙ୍କ ଲିଷ୍ଟିରୁ ଘର କାଟି ଦିଆଯାଇଛି । ଯାହା ଆମେ କହୁନି ମାମିନା କହୁଛନ୍ତି । ଏହାର ସତ୍ୟାସତ୍ୟ ଏକତାଳି ସରପଞ୍ଚଙ୍କୁ ପଚାରିବାରୁ ସେ କୁହନ୍ତି ଏହା ଆମପାଇଁ ଷଡ଼ଯନ୍ତ୍ର ଓ ମନଗଢା କାହାଣୀ । ତଥାପି ଜଦି ସରକାରଙ୍କ ପାଖରେ ବିଜୁପକ୍କା ଘର ଥାଏ ତାହେଲେ ଆମେ ଦେଇପାରିବୁ । ଯଦି ଏହାର ସଠିକ୍ ତଦନ୍ତ ଜିଲ୍ଲାପାଳ ଓପିଡିଙ୍କ ନେତୃତ୍ୱରେ କରାଯାଏ ଏହାର ସତ୍ୟାସତ୍ୟ ଜାଣିବା ସହିତ ଗରିବ ଖଟିଖିଆ ପରିବାରଟି ନ୍ୟାୟ ପାଇପାରିବ ।

ଢେଙ୍କାନାଳରୁ ସୌମ୍ୟରଂଜନ ମହାନ୍ତିଙ୍କ ରିପୋର୍ଟ ନାଗରାଜ ନ୍ଯୁଜ

Leave a Reply

Your email address will not be published.