ବାରବାଟୀରେ ଜୁନ୍‌ ୧୨ ତାରିଖରେ ଖେଳାଯିବ T-20 ମ୍ୟାଚ୍‌, ଜୁନ ୯ରୁ ଟିକେଟ ବିକ୍ରି

କଟକ,(ନାଗରାଜ ନ୍ୟୁଜ): ଭାରତ ଓ ଦକ୍ଷିଣ ଆଫ୍ରିକା(India vs South Africa) ମଧ୍ୟରେ ବାରବାଟୀରେ ଜୁନ୍‌ 12 ତାରିଖରେ ଖେଳାଯିବ ଟି20 ମ୍ୟାଚ୍‌ । ଏହି ମ୍ୟାଚ୍‌ର ଅଫଲାଇନ ଟିକେଟ ଜୁନ୍‌ 9 ତାରିଖ(ଗୁରୁବାର) ଠାରୁ ବାରବାଟୀ ଷ୍ଟାଡିୟମ ଟିକେଟ କାଉଣ୍ଟରେ ବିକ୍ରି ହେବ । ତେବେ ଆଜି ମଙ୍ଗଳବାର ଓଡିଶା କ୍ରିକେଟ ଆସୋସିଏସନ ସହ (OCA) ଅନୁବନ୍ଧିତ 70ଟି ୟୁନିଟ ପ୍ରଥମ ପର୍ଯ୍ୟାୟରେ ଟିକେଟ କିଣିଛନ୍ତି । ଓସିଏ ସମ୍ମିଳନୀ କକ୍ଷରେ ଏହି ଟିକେଟ ବିକ୍ରି ଆରମ୍ଭ ହୋଇଛି । 2 ଦିନ ଧରି ଏହି ଟିକେଟ ବିକ୍ରି ଚାଲିବ । ଓସିଏ ଅନୁବନ୍ଧିତ ସଂସ୍ଥା, କ୍ଳବ ସ୍କୁଲ, କଲେଜ, ଜିଲ୍ଲାମାନଙ୍କୁ ଆଜି ଓସିଏରେ ଅଫଲାଇନ ଟିକେଟ ଦିଆଯିବ ।

8 ହଜାର ଟିକେଟ ବିକ୍ରି ନେଇ OCA ପକ୍ଷରୁ ସୂଚନା ମିଳିଛି । କେବଳ ଅନୁମତି ପାଇଥିବା ସଦସ୍ୟଙ୍କୁ ଓସିଏ କନଫରେନ୍ସ ହଲ୍‌କୁ ଛଡାଯିବ । ଆଉ ସେମାନେ ଟିକେଟ କିଣିବେ । ପୋଲିସର କଡା ସୁରକ୍ଷା ବଳୟ ମଧ୍ୟରେ ଟିକେଟ ବିକ୍ରି ଚାଳିଛି । ଆଉ ଯେଉଁ ଟିକେଟ ବଳକା ରହିବ ତାହାକୁ ସାଧାରଣ 9 ଓ 10 ତାରିଖରେ କାଉଣ୍ଟରରେ ବିକ୍ରି କରାଯିବ । 32ଟି ଜିଲ୍ଲା କ୍ରିକେଟ ସଂଘ ଏବଂ 26ଟି କ୍ଲବ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ମିଶାଇ ଓସିଏ ସହିତ ମୋଟ 70ଟି ଅନୁବନ୍ଧିତ ୟୁନିଟ ରହିଛନ୍ତି । ଜୁନ ପହିଲାରେ ଅନଲାଇନରେ ଟିକେଟ ବିକ୍ରି ହୋଇଥିଲା ।ମୋଟ 5 ହଜାର ଟିକେଟ୍ ଅନଲାଇନରେ ମିଳିଥିଲା । ଦୀର୍ଘ ଦିନ ପରେ ବାରବାଟୀରେ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯିବାକୁ ଯାଉଥିବାରୁ ଓଡିଆ କ୍ରିକେଟପ୍ରେମୀ ଉତ୍ସାହିତ ରହିଛନ୍ତି ।

Leave a Reply

Your email address will not be published.