ତପୋବନ ମେଳା ଅନୁଷ୍ଠିତ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ମହିମାଧାମର ଏନ୍ତୁଡ଼ିଶାଳା କୁହାଯାଉଥିବା ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ ଅନ୍ତର୍ଗତ ତପୋବନ ପରିସରରେ ଆଜି ତପୋବନ ମହିମା ବିହାର ଆନୁକୂଲ୍ୟରେ ତପୋବନ ମେଳା ଅନୁଷ୍ଠିତ ହୋଇଯାଇଛି । କୋଭିଡ ନିୟମ ମାନି ଭକ୍ତମାନେ ପବିତ୍ର ପୀଠରେ ଉପସ୍ଥିତ ରହି ଜଗତ କଲ୍ୟାଣ ଉଦେ୍ଧଶ୍ୟରେ ଗୁରୁ ମହିମା ସ୍ୱାମୀଙ୍କ ନିକଟରେ ସାମୁହିକ ପ୍ରାର୍ଥନା କରିଥିଲେ । ଲୋକମାନଙ୍କର କଥିତ ସୂଚନା ଅନୁଯାୟୀ ଏହି ପବିତ୍ର କାର୍ତ୍ତିକ ଶୁକ୍ଳ ଦଶମୀ ତିଥିରେ ମହିମା ସ୍ୱାମୀଙ୍କ ସହିତ ତାଙ୍କର ଅଦ୍ୟାଶିଷ୍ୟ ଗୋବିନ୍ଦ ବାବାଙ୍କର ମିଳନ ହୋଇଥିଲା ।

ଗୁରୁଶିଷ୍ୟ ମିଳନର ସ୍ମାରକୀ ରୂପେ ଏହି ଦିବସ ପ୍ରତିବର୍ଷ ତପୋବନ ମେଳା ରୂପେ ପାଳନ ହୋଇ ଆସୁଅଛି । ଆଜିର ଏହି ଉତ୍ସବରେ ଢେଙ୍କାନାଳର ଜିଲ୍ଲାପାଳ ସରୋଜ କୁମାର ସେଠୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଗଁଦିଆ ତହସିଲଦାର ଆଶିଷ କୁମାର ପ୍ରଧାନ, ଉପଜିଲ୍ଲାପାଳ ସ୍ନିଗ୍ଧାରାଣୀ ଧଳ, ଉଦ୍ୟାନବିତ ଭଗବାନ ଦାଶ, ଆବାହକ ପ୍ରଦ୍ୟୁମ୍ନ ରଥ ଓ ସତ୍ୟ ଅଲେଖ ମହିମା ଧର୍ମ ପ୍ରତିଷ୍ଠାତାର ସଭାପତି ଋଷି ପ୍ରତିମା ରଘୁନାଥ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଆଜିର ଏହି ଉତ୍ସବରେ ୨୭ତମ ତପୋବନ ପୁସ୍ତକ ଉନ୍ମୋଚନ କରାଯାଇଥିଲା । ତପୋବନର ଉନ୍ନତି ପାଇଁ ଜିଲ୍ଲାପାଳ ମହୋଦୟ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରକାଣ କରିଥିଲେ ।

Leave a Reply

Your email address will not be published.