ଶିକ୍ଷକ ମାନଙ୍କର ପୁନଃ ଥଇଥାନ ନିମନ୍ତେ ଆଲୋଚନା ସଭା ଅନୁଷ୍ଠିତ

କଟକ: ଆଜି ମିଳିତ ଶିକ୍ଷକ ମଞ୍ଚ ତରଫରୁ ଓଷ୍ଟା ଆନୁକୂଲ୍ୟରେ ଓଷ୍ଟାର କାର୍ଯ୍ୟକାରୀ ସଭାପତି ରଞ୍ଜନ କୁମାର ଲେଙ୍କାଙ୍କ ସ୍ୱଭାପତିତ୍ୱରେ ଏକ ସଭା ବିଦ୍ୟାଧରପୁର ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୬୬୨ ଓ ୪୮୮ କଲେଜ ଶିକ୍ଷକ ମାନଙ୍କର ପୁନଃ ଥଇଥାନ ତଥା ଦରମା ବାବଦରେ ଆଲୋଚନା କରାଯାଇଥିଲା ।

ବ୍ଲକଗ୍ରାଣ୍ଟ ସ୍କୁଲ ଶିକ୍ଷକ ମାନଙ୍କର ପୁନଃ ଥଇଥାନ ବ୍ୟବସ୍ଥା ଲାଗୁକରିବା, ଚାକିରୀ ସର୍ତାବଳିର ପରିସରକୁ ଦୃଢ଼ କରିବା ଏବଂ ପେନସନ ଲାଗୁକରିବା ସଂଗେ ୬୧୦ ଓ ୪୮ ଯୋଜନା ଭୁକ୍ତ ସ୍କୁଲ ଗୁଡିକର ସରକାରୀକରଣ କରିବା ଏବଂ ଗ୍ରାଚୁଇଟି ବାବଦକୁ ସାଢେ ଷୋଳ ମାସର ଭତ୍ତା ପ୍ରଦାନକରିବା ତଥା ପ୍ରଧାନ ଶିକ୍ଷକ ତାଲିକା (କଟକ ଜିଲ୍ଲା) ପ୍ରସ୍ତୁତ କରି ପ୍ରମୋଶନ ଦେବା, ଟେକେନ ଓଭର ସ୍କୁଲର ଆରଏସିପି ବାବଦରେ ଉପଯୁକ୍ତ ପଦକ୍ଷେପ ନେବା ଉଦ୍ଧେଶ୍ୟରେ ସଭାରେ ଆଲୋଚନା କରାଯାଇଥିଲା ।

ଆସନ୍ତା ୯ ତାରିଖରେ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ସ୍ମାରକପତ୍ର ଦିଆଯିବ ବୋଲି ଆଲୋଚନା ହୋଇଥିଲା । ଏହାର ସମାଧାନ ନହେଲେ ଅଗଷ୍ଟ ୧୬ ତାରିଖରେ ଭୁବନେଶ୍ୱର ଠାରେ ମହାସମାବେଶ ଅନୁଷ୍ଠିତ ହେବ ବୋଲି ଓଷ୍ଟା ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି ସଭାରେ ଓଷ୍ଟାର ରାଜ୍ୟ କୋଷାଧକ୍ଷ ଶ୍ରୀଯୁକ୍ତ ଅଶୋକ କୁମାର ମହାପାତ୍ର, ଜିଲ୍ଲା ସମ୍ପାଦକ ଲଷ୍ମୀଧର ସାହୁ, ରାଜ୍ୟ ଇସି ଅମରେନ୍ଦ୍ର ସ୍ବାଇଁ, ହିରଣ୍ୟମୟୀ ସାମଲ, ପ୍ରଦୀପ୍ତ କୁମାର ପଣ୍ଡା, ପ୍ରହ୍ଲାଦ ପଣ୍ଡାଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published.