ଖଇରା ବିଡ଼ିଓଙ୍କ କାର୍ଯ୍ୟାଳୟ ପରିସରରେ ବିଦ୍ୟୁତ କାଟକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା

ଖଇରା,(ନାଗରାଜ ନ୍ୟୁଜ): ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ବିଡ଼ିଓଙ୍କ କାର୍ଯ୍ୟାଳୟ ପରିସରରେ ଗତ ତା ୨୯/୪/୨୨ରିଖରେ ଘଟିଯାଇଛି ଏକ ଉତ୍ତେଜନାପୂର୍ଣ୍ଣ ଘଟଣା । ଖବର ସଂଗ୍ରହରୁ ଜଣାଯାଇଛି ଯେ ଓଡିଶାର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା ଏବଂ କେତେକ ବିଜେପି କର୍ମୀ ବିଡ଼ିଓ ପର୍ଶୁରାମ ପଣ୍ଡାଙ୍କ ସହିତ କୌଣସି ଏକ ବିଷୟକୁ ନେଇ ଦୀର୍ଘ ସମୟ ଧରି ଆଲୋଚନା କରୁଥିଲେ । ଏହି ଆଲୋଚନା ସମୟରେ ବ୍ଲକ ଉପାଧକ୍ଷ ଗଜେନ୍ଦ୍ର ପରିଡା କୌଣସି ଏକ ଘଟଣା ବାବଦରେ ଆଲୋଚନା ନିମନ୍ତେ ବିଡ଼ିଓଙ୍କୁ ଦେଖା କରିବାକୁ ଯାଇ ଥିଲେ । ବିଜେପି କର୍ମୀଙ୍କ ପ୍ରବଳ ଭିଡ ହେତୁ ବିଡ଼ିଓଙ୍କ ସହିତ କଥା ହୋଇନପାରି ଫେରିଆସିଥିଲେ । ହଠାତ୍ ଏହି ସମୟରେ ବିଦ୍ୟୁତ ବ୍ୟାଘାତ ହୋଇଥାଉ କିମ୍ବା କେହି ଵିଦ୍ଯୁତ୍ କାଟି ଦିଆଯାଇଥାଉ, ଯାହାକୁ ନେଇ ବିଜେପି ଓ ବିଜେଡି ମଧ୍ୟରେ କଥା କଟା କଟି ହୋଇ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଧୀରେ ଧୀରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା । ଉଭୟ ପକ୍ଷଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ।ଖବର ପାଇ ଖଇରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଶାନ୍ତ କରିବାରେ ସକ୍ଷମ ହୋଇଥିଲା । ଖବର ଲେଖିବା ସମୟରେ ମତାମତ ପାଇଁ ଉଭୟ ପକ୍ଷଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରି ନଥିଲା ।

ବାଲେଶ୍ବର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.