ଗୋଦାମରେ ଅଗ୍ନିକାଣ୍ଡ, ଜଳିଗଲା ଦେଢ଼ କୋଟି ଟଙ୍କା ମୂଲ୍ୟର ଝୋଟ

କଟକ, (ନାଗରାଜ ନ୍ୟୁଜ): ମାହାଙ୍ଗା ଥାନା କୁହୁଣ୍ଡା ଗାଁ’ରେ ଥିବା ଏକ ଝୋଟ ଗୋଦାମରେ ଆଜି ମଧ୍ୟାହ୍ଣରେ ଅଚାନକ ନିଆଁ ଲାଗିଯାଇଥିଲା । ମୂଳବସନ୍ତ ପଞ୍ଚାୟତ ଗୁଣୁପୁର ଗାଁ’ର ଝୋଟ ବ୍ୟବସାୟୀ ଭୀମ ଓ ଅର୍ଜ୍ଜୁନ ସାହୁଙ୍କ ଏହି ଗୋଦାମ ଘରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଏଠାରେ ୨ ହଜାର କ୍ୱିଣ୍ଟାଲରୁ ଅଧିକ ଝୋଟ ମହଜୁଦ ଥିଲା । ଆଜି ମଧ୍ୟାହ୍ଣରେ ଏହି ଗୋଦାମ ଭିତରୁ ଧୂଆଁ ବାହାରୁଥିବା ସ୍ଥାନୀୟ ଲୋକେ ଦେଖିବା ପରେ ଫାୟାର ଷ୍ଟେସନକୁ ଖବର ଦେଇଥିଲେ । ସ୍ଥାନୀୟ ଲୋକମାନଙ୍କ ସହ ମିଶି ଅଗ୍ନିଶମ ବାହିନୀ ନିଆଁକୁ ଆୟତ କରିବାପାଇଁ ଉଦ୍ୟମ କରାଯାଇଥିଲା ।

ତେବେ ୨ ହଜାର କ୍ୱିଣ୍ଟାଲରୁ ଅଧିକ ପରିମାଣର ଝୋଟ ଅର୍ଥାତ ଦେଢ଼ କୋଟିରୁ ଅଧିକ ଟଙ୍କାର ଝୋଟ ସମ୍ପୂର୍ଣ୍ଣ ଜଳି ଯାଇଛି ବୋଲି ଆକଳନ କରାଯାଉଛି ।  ଆଖ ପାଖ ଅଞ୍ଚଳର ଲୋକମାନଙ୍କ ସହଯୋଗ ପରେ ଦରପୋଡା ଅବସ୍ଥାରେ ଅଳ୍ପ କିଛି ଝୋଟ ଗୋଦାମ ଘର ଭିତରୁ ବାହାର କରାଯାଇଥିବା ଜଣାପଡିଛି । ଏହି ଘଟଣାକୁ ନେଇ ଗୋଦାମ ମାଲିକ ଅର୍ଜୁନି ସାହୁ ଓ ଭୀମ ସାହୁଙ୍କ ମୁଣ୍ଡରେ ଚଡ଼କ ପଡିଛି ।

Leave a Reply

Your email address will not be published.