ଲକ୍ଷାଧିକ ଟଙ୍କାର ଠାକୁରଙ୍କ ସୁନା ଗହଣା ଚୋରୀ କରିନେଲେ ଦୁବୃର୍ତ୍ତ

ଖଇରା, (ନାଗରାଜ ନ୍ୟୁଜ): ଏକ ମାସ ଭିତରେ ସୋର ପୁଲିସକୁ ଝଟକା l ସୋର ଥାନାରୁ ୫୦ ମିଟର ଦୁରରେ ଥିବା ସୁନା ଦୋକାନରୁ ଚୋରିକୁ ଏକ ମାସ ନ ପୁରୁଣୁ ଗତକାଲି ୪ଟି ମନ୍ଦିରରୁ ଚୋରୀ ହୋଇଛି l ଲକ୍ଷାଧିକ ଟଙ୍କାର ଠାକୁରଙ୍କ ସୁନା ଗହଣା ଚୋରୀ  l ମନ୍ଦିର ଗ୍ରିଲ ଭାଙ୍ଗି ଚୋରମାନେ ଠାକୁର ଗହଣା ଚୋରୀ କରି ନେଇଛନ୍ତି l ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଦୁର୍ଗାପୁର ଗ୍ରାମର ହନୁମାନ ମନ୍ଦିର, ମୁଣ୍ଡୁଳେଶ୍ୱରୀ, ଗଡଚଣ୍ଡୀ ଓ ରଘୁନାଥ ଜିଓ ମନ୍ଦିରରୁ ବଡ଼ ୩ଟି ରୁପା ମୁକୁଟ, ୬ଟି ଛୋଟ ରୁପା ମୁକୁଟ , ୬ଟି ସୁନା ଚିତା ଓ ହୁଣ୍ଡିରୁ ଟଙ୍କା ଚୋରୀ ହୋଇଯାଇଛି  l ସୋର ପୋଲିସ ଅଭିଯୋଗ ପାଇ ତଦନ୍ତ କରୁଛି l

Leave a Reply

Your email address will not be published.