ସିପିଆଇଏମ ଆଞ୍ଚଳିକ କମିଟିର ୧୧ତମ ସମ୍ମିଳନୀ ଉଦଯାପିତ

ବାଲେଶ୍ଵର, (ନାଗରାଜ ନ୍ୟୁଜ ): ବାଲେଶ୍ଵର ଜିଲ୍ଲା ଖଇରା ସିପିଆଇଏମ ଆଞ୍ଚଳିକ କମିଟିର ୧୧ତମ ସମ୍ମିଳନୀ ଉଦଯାପିତ ହୋଇଯାଇଛି । ଏହା ଖଇରା ସ୍ଥିତ ପାର୍ଟି କାର୍ୟ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ ସାଥୀ ପ୍ରଶାନ୍ତ କୁମାର ବାରିକ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସିପିଆଇଏମ ବାଲେଶ୍ଵର ଜିଲ୍ଲା ସମ୍ପାଦକ ସାଥୀ ଶିଶିର ହୁଇ ଓ ଭରତ ଚନ୍ଦ୍ର ପଣ୍ଡା, ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ ଜଗଦାନନ୍ଦ ମହାପାତ୍ର, ସନ୍ତୋଷ କୁମାର ସାହୁ, ଉତ୍ତମ କୁମାର ଦାସ, ବଳରାମ ସାହୁ, ଉପେନ୍ଦ୍ର ଦାସ, ପ୍ରସାନ୍ତ କୁମାର ପରିଡ଼ା, ଅଭିରାମ ବେହେରା, ପଦ୍ମଲୋଚନ ଜେନା ଓ ଲମ୍ବୋଦର ରାଉତ । ଏହି ସମ୍ମିଳନୀରେ ନୂତନ‌ ଭାବରେ ଆଞ୍ଚଳିକ କମିଟି ଗଠନ କରାଯାଇଛି ଏବଂ ଏଥିରେ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି ସାଥୀ ଭଗବାନ ଦାସ ।

Leave a Reply

Your email address will not be published.