ସନ୍ଥ କବି ଭୀମ ଭୋଇଙ୍କ ୧୨୭ ତମ ମହାନିର୍ବାଣ ଦିବସ ପାଳିତ 

ପାଟଣାଗଡ଼, (ନାଗରାଜ ନ୍ୟୁଜ): ବଲାଙ୍ଗୀର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଆନୁକୂଲ୍ୟରେ ବିଶ୍ୱ ପ୍ରସିଦ୍ଧ ସନ୍ଥ କବି, ଅନ୍ଧ କବି, ଆଦିବାସୀ କବି ଯୁଗଜନ୍ମା ପୁରୁଷ ଭୀମ ଭୋଇଙ୍କ ୧୨୭ ତମ ମହା ନିର୍ବାଣ ଦିବସ ପାଳିତ ହୋଇଯାଇଛି  l ଆଦିବାସୀ ନେତାଗଣ ବିଶ୍ୱ ବରେଣ୍ୟ ସନ୍ଥ କବି ଭୀମ ଭୋଇଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସ୍ମୃତିଚାରଣ କରିଥିଲେ  l ଉକ୍ତ ପରମ ପବିତ୍ର ଶ୍ରାଦ୍ଧ ଦିବସ ଅବସରରେ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶି ପ୍ରକାଶ କରିଥିଲେଯେ, ବିଶ୍ବ ବିଖ୍ୟାତ କବି , ଭାଷା ଜନନୀ ଙ୍କ ସର୍ବାନ୍ତକରଣରେ ଶ୍ରେଷ୍ଠ ସନ୍ତାନ , ଯାହାଙ୍କ କାଳଜୟୀ ସାରସ୍ଵତ ସୃଷ୍ଟି ,ମହାମାନବୀୟ ଚେତନା ଓ ଦର୍ଶନ ର ଓଁକାର ପ୍ରଦାତା ସନ୍ଥକବି ଭୀମଭୋଇ ଜଗତର କଲ୍ୟାଣ ପାଇଁ ସାଧନା କରିଥିଲେ ଏବଂ ଜନ ମାନସରେ ଚୀର ଅମର ହୋଇ ରହିଛନ୍ତି  । ୧୮୫୦ ମସିହା ବୁଦ୍ଧ ପୂର୍ଣ୍ଣିମା ତିଥିରେ ସମ୍ବଲପୁର ର ରେଢ଼ାଖୋଲ ଅଞ୍ଚଳ ର କନ୍ଧରା ଗ୍ରାମରେ କନ୍ଧ ଆଦିବାସୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ଚାଟଶାଳୀ ଶିକ୍ଷା ବିବର୍ଜିତ ମହାପଣ୍ଡିତ ସନ୍ଥକବି ।‌

ଋଢିମନ୍ତ ଘୃଣ୍ୟ ଜାତିପ୍ରଥା, ଚରମ ଦରିଦ୍ରତାର ଅକଥନୀୟ ନିର୍ଯାତନା ଭିତରେ ତାଙ୍କର ସମ୍ମୁଜ୍ଜ୍ବଳ ପ୍ରତିଭା ତାଙ୍କ ଅବର୍ତ୍ତମାନରେ ଆଜି ପାଇଛି ବିଶ୍ବ ସ୍ଵୀକୃତି । ୧୮୯୫ ମସିହା ମାର୍ଚ୍ଚ ୨୩ ତାରିଖ ରେ ତାଙ୍କର ଦେହାବସାନ ହୋଇଥିଲା,ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ଶହୁ ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ ଏହି ମହାନ ବୈଶ୍ୱିକ ଚିନ୍ତାଧାରା ପଂକ୍ତି ଟି ମିଳିତ ଜାତିସଙ୍ଘ ରେ ସ୍ଥାନ ପାଇଛି  l ସଭାରେ ଆଦିବାସୀ ନେତା ଅସ୍ତରତ୍ନ ବରିହା,ସାରଥୀ ବାଗ,ଘନ ଭୋଇ,ବନମାଳୀ ପୁଟା,ଲଳିତ ମଲ୍ଲିକ, ଦୁର୍ଯ୍ୟୋଧନ ବର୍ଗେ ଗିରିଧାରୀ ଭୋଇ, ରମେଶ ପ୍ରଧାନ,ଚନ୍ଦ୍ରମଣି ଶବର,ପ୍ରମୁଖ ଉପସ୍ଥିତ ଥିଲେ  l ପାଟଣାଗଡ ବ୍ଲକ ଛକ କୁ ସନ୍ଥ କବି ଭୀମଭୋଇ ଛକ କରିବାକୁ ଏକ ସ୍ମାରକପତ୍ର ଦେବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା l

Leave a Reply

Your email address will not be published.