ଟିଟିଲାଗଡ଼ ଆଦିବାସୀ ଭବନଠାରେ ୧୩୧ତମ ଆମ୍ବେଦକର ଜୟନ୍ତୀ ପାଳିତ

ଟିଟିଲାଗଡ଼, (ନାଗରାଜ ନ୍ୟୁଜ): ଭାରତ ସମ୍ବିଧାନର ପ୍ରଣେତା ବାବା ସାହେବ ଡ଼: ଭୀମରାଓ ଆମ୍ବେଦକରଙ୍କର ୧୩୧ ତମ ଜନ୍ମ ଜୟନ୍ତୀ ବଲାଙ୍ଗୀର ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ଟିଟିଲାଗଡ଼ବ୍ଲକ ଶାଖା ଆନୁକୂଲ୍ୟରେ ଆଦିବାସୀ ଭବନଠାରେ ଗୁରୁବାର ଅନୁଷ୍ଠିତ ହୋଇଥିଲା l ପ୍ରଥମେ ଦୀପ ପ୍ରଜ୍ବଳନକରି ବାବାସାହେବ ଆମ୍ବେଦକରଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ପରେ ଆଦିବାସୀ କଲ୍ୟାଣ ସଙ୍ଘର ବ୍ଲକ ସଭାପତି ପଦ୍ମନ ପ୍ରଧାନୀଙ୍କ ସଭାପତିତ୍ବରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା l ଏଥିରେ ମୁଖ୍ୟଅତିଥିରୂପେ ଖପ୍ରାଖୋଲବ୍ଲକ ହରିଶଙ୍କର ଜଙ୍ଗଲ ବିଭାଗ ଅଧିକାରୀ ଗିରିଧାରୀ ନାଗ ଯୋଗଦାନ ଦେଇଥିଲେ l

ସମ୍ମାନିତ ଅତିଥିରୂପେ ଖୋଲାଣ ସି ଏଚ ସି ର ଡ଼ :କ୍ଷୀରୋଦ୍ର ମାଝୀ,ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘର ସମ୍ପାଦକ ହେମେନ୍ଦ୍ରନାଥ ହାଁସଦା, ଜିଲ୍ଲା ସଭାପତି ବନଳତା ମାଝୀ,ଅବସର ସିଡିପିଓ ତଥା ନାରୀନେତ୍ରୀ ଶ୍ରୀମତୀ ଗୀତାଞ୍ଜଳି ଭୋଇ, ଶିକ୍ଷୟିତ୍ରୀ ଶ୍ରୀମତୀ ବିଜୟା କୁମୁରା, ଟିଟିଲାଗଡ଼ବ୍ଲକ ନାରୀନେତ୍ରୀ ରୀନା ମାଝୀ,ଟିଟିଲାଗଡ଼ ସିଟି ସ୍କୁଲ ଅଧ୍ୟକ୍ଷ ଯୁବରାଜ ମାଝୀ,ମୁରିବାହାଲବ୍ଲକ କାର୍ଯ୍ୟକାରୀ ସଭାପତି ରାଜୀବ କୁଅଁର,ମୁରିବାହାଲ ବିଇଓ କାର୍ଯ୍ୟାଳୟର କ୍ଲର୍କ ରାଧେଶ୍ୟାମ ଭୋଇ,ଟିଟିଲାଗଡ଼ ଶିକ୍ଷୟିତ୍ରୀ ଲିଲି ମାଝୀ,ଟିଟିଲାଗଡ଼ ନଗର ସଭାପତି ନିତ୍ୟାନନ୍ଦ ମାଝୀ,ଉପସଭାପତି ଇନ୍ଦ୍ରମଣି ମାଝୀ,ଉପସଭାପତି ପୃଥ୍ୱୀରାଜ ମାଝୀ, ସମ୍ପାଦକ ଘାସିରାମ ମାଝୀ, ସଂଗଠକ ଥବୀର ପୁଝାରୀ,ସିରୋଲ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ମୋତିରାମ ମାଝୀ,ସାମ୍ବାଦିକ କୃଷ୍ଣଚନ୍ଦ୍ର ମାଝୀ, ସାମ୍ବାଦିକ ସରୋଜ ପୁଝାରୀ,ନାରୀନେତ୍ରୀ ଗୋଲାପୀ ମାଝୀ,ମାହେଶ୍ୱରୀ ମାଝୀ, ପତରଙ୍ଗୀ ମାଝୀ, ଯୁଗ୍ମ ସମ୍ପାଦକ ସୁନୀଲ ମାଝୀ, ସଂଗଠକ ଜଗନ୍ନାଥ ମାଝୀ ସମୂହ ମଞ୍ଚାସିନ ଥିଲେ l ବାବା ସାହେବ ଭୀମରାଓ ଆମ୍ବେଦକରଙ୍କର ଜୀବନୀ ଓ କାର୍ଯ୍ୟକଳାପ ବିଷୟରେ ସମସ୍ତ ମଞ୍ଚାସିନ ଅତିଥିବୃନ୍ଦ ବକ୍ତବ୍ୟ ରଖିଥିଲେ l ସଭାଶେଷରେ ପ୍ରଫୁଲ୍ଲ ପ୍ରଧାନୀ ଧନ୍ୟବାଦ ଅର୍ପଣକରି ସଭାଶେଷ କରିଥିଲେ l ଉକ୍ତ ସଭାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ l

Leave a Reply

Your email address will not be published.