ଓଁ ମା’ ଗୌରୀଶଙ୍କର ଦଣ୍ଡ ନୃତ୍ୟ ଅନୁଷ୍ଠାନର ୧୫ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ମହାମାରୀ କରୋନା ସାରା ବିଶ୍ୱର ମେରୁଦଣ୍ଡକୁ ଭାଙ୍ଗି ଦେଇଥିବା ବେଳେ ଆମ ପୂର୍ବ ସଂସ୍କୃତିକୁ ପେସା କରି ବଞ୍ଚିଥିବା ଲୋକମାନେ ସେମାନଙ୍କ ବୃତ୍ତି ହରାଇ ବସିଛନ୍ତି । ତେବେ ବିଗତ ଦିନମାନଙ୍କରେ ଲୋକମାନେ ନିଜର ସ୍ୱାଭାବିକ ଜୀବନ ଶୈଳୀ ଫେରି ପାଇଥିବା ବେଳେ କରୋନାର ନୂଆ ଭ୍ୟାରିଆଣ୍ଟଓମିକ୍ରନ ସତର୍କର ଘଣ୍ଟି ବଜାଇ ମାଡି ଆସୁଛି । ତେବେ ଏହାକୁ ନଜର ରଖି କୋଭିଡ ନିୟମ ପାଳନ କରି ଅନୁଷ୍ଠିତ ହୋଇଯାଇଛି ଓଁ ମା’ ଗୌରୀଶଙ୍କର ଦଣ୍ଡ ନୃତ୍ୟ ଅନୁଷ୍ଠାନର ୧୫ ତମ ବାର୍ଷିକ ଉତ୍ସବ । ବାଜୁରିଆ, ବାଲିଯୋରୋନ୍ଦା, ବ୍ରାହ୍ମପୁରା ଓ ରାଇପୁରର ମିଳିତ ପ୍ରଚେଷ୍ଟା ଦ୍ୱାରା ପାଳନ ହୋଇଥିଲା । କରୋନା ଯୋଗୁଁ ନିଜର ବୃତ୍ତି ହରାଇ ବହୁ କଷ୍ଟରେ ଜୀବନ ଯାପନ କରୁଥିଲେ ମଧ୍ୟ ନିଜର ପୂର୍ବ ସଂସ୍କୃତିକୁ ବଞ୍ଚାଇ ରଖିଛନ୍ତି ଉକ୍ତ ଗ୍ରାମର ଅଧିବାସୀମାନେ । ତେବେ ବିଶ୍ୱରୁ କରୋନା ମହାମାରୀ ସମ୍ପୂର୍ଣ ରୂପେ ଚାଲିଯାଉ ଏବଂ ଲୋକମାନେ ନିଜର ପୂର୍ବ ଜୀବନଶୈଳୀକୁ ଫେରିଆସନ୍ତୁ ଏହାକୁ କାମନା କରି ମା’ ଗୌରୀଶଙ୍କରଙ୍କ ପୂଜା କରିବା ସହ କିର୍ତ୍ତନ ଏବଂ ହୁଳହୁଳି ଦ୍ୱାରା ପାଳନ କରାଯାଇଥିଲା ବାର୍ଷିକ ଉତ୍ସବ ।

Leave a Reply

Your email address will not be published.