ପ୍ରୟାସ ତରଫରୁ ୨୩ ତମ ରାବଣ ପୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ଆଜି ସ୍ଥାନୀୟ ମନିଷ୍ଠାଡିୟମ ଠାରେ ପ୍ରୟାସ ପକ୍ଷରୁ ରାବଣ ପୋଡି ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଧମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ । ତାଙ୍କ ସହିତ ଉପସ୍ଥିତ ଥିଲେ ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି, ପୂର୍ବତନ ଢେଙ୍କାନାଳ ବିଧାୟକ କୃଷ୍ଣ ଚନ୍ଦ୍ର ପାତ୍ର , ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁନ ରଥ ଓ ପୌରପାଳିକା ପୌରାଅକ୍ଷା ଶ୍ରୀମତି ଜୟନ୍ତୀ ପାତ୍ର ଙ୍କ ଉପସ୍ଥିତ ଥିଲା । ପ୍ରଥମେ ଅତିଥି ମାନଙ୍କୁ ଉତ୍ତରୀ ଓ ଫୁଲ ତୋଡ଼ା, ଓ ବ୍ୟାଚ ଦେଇ ସ୍ଵାଗତଃ କରାଯାଇ ଥିଲା। ତାପରେ ଢେଙ୍କାନାଳ ଜିଲ୍ଲା ର କୃତିତ ହାସଲ କରିଥିବା ବ୍ୟକ୍ତି ବିଶେଷ ଓ ସମାଜସେବୀ ମାନଙ୍କୁ କେନ୍ଦ୍ର ମନ୍ତ୍ରୀ ସମ୍ବର୍ଦ୍ଧନା କରିଥିଲେ । ପ୍ରାୟସ ପକ୍ଷରୁ ବିଭିନ୍ନ ନୃତ୍ୟ ଅନୁଷ୍ଠାନ ପକ୍ଷରୁ ନୃତ୍ୟ ପରିବେଶଣ କରାଯାଇ ଥିଲା। ଶେଷରେ କେନ୍ଦ୍ରମନ୍ତ୍ରୀ ଙ୍କ ଦ୍ଵାରା ରାବଣ ଠାରେ ଅଗ୍ନି ସଂଯୋଗ କରାଯାଇ ରାବଣ କୁ ପୋଡା ଯାଇଥିଲା ଓ କଟକ ଆଠଗଡ଼ ବ୍ଲକ ତିଗିରିଆ ଅଞ୍ଚଳର ବାଣ ବ୍ୟବସାୟୀ ଙ୍କ ଦ୍ଵାରା ବିଭିନ୍ନ ଆକାଶବାଣି ବାଣ ପ୍ରଦର୍ଶନ କରାଯାଇଥିଲା । ଶେଷରେ ବାପୁ କର ମଞ୍ଚ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ରାବଣ ପୋଡି ଉତ୍ସବରେ ଢେଙ୍କାନାଳ ସହରର ପ୍ରାୟ ୧୦ ହଜାର ଦର୍ଶକ ଉପସ୍ଥିତି ଥିଲା । ପ୍ରାୟାସ୍ ର ସମସ୍ତ କମିକର୍ତ୍ତ। ଙ୍କ ଉପସ୍ଥିତରେ ଏହି ୨୩ ତମ ରାବଣ ପୋଡି ଉତ୍ସବ ଟି ସଂପୂର୍ଣ୍ଣ ହୋଇଥିଲା ।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.