୬୨ତମ ଓଡିଶା ପୁଲିସ ସହିଦ ସ୍ମୃତି ଦିବସ ପାଳିତ

କଟକ, (ନାଗରାଜ ନ୍ୟୁଜ): କଟକ ପୁଲିସ ମୁଖ୍ୟାଳୟରେ ପାଳିତ ହେଉଛି ୬୨ତମ ଓଡିଶା ପୁଲିସ ସହିଦ ସ୍ମୃତି ଦିବସ । ଏହି ଉତ୍ସବରେ ଗତବର୍ଷ ମଧ୍ୟରେ କୋଭିଡରେ ମୃତ୍ୟୁବରଣ କରିଥିବା ୨୨ ଜଣ ଏବଂ ୪ ଜଣ ଆଇନ ଶୃଙ୍ଖଳା ରକ୍ଷା କରି ଶହୀଦ ହୋଇଥିବା ପୁଲିସଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ପୁଲିସ ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ପୁଲିସ ଡିଜି ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସହିଦଙ୍କ ଅମର ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଦେବା ସହ ସହିଦ ସ୍ତମ୍ଭରେ ମାଲ୍ୟାର୍ପଣ କରିଥିଲେ ।

କଟକ ବକ୍ସିବଜାର ପୁଲିସ ମୁଖ୍ୟାଳୟରେ ଆୟୋଜିତ ହୋଇଛି ୬୨ ତମ ପୋଲିସ ସହିଦ ସ୍ମୃତି ଦିବସ । ପୋଲିସ ଡିଜି ଓ ଅନ୍ୟ ବରିଷ୍ଠ ଆଇପିଏସ ଅଧିକାରୀମାନେ ଏହି ଉତ୍ସବରେ ଉପସ୍ଥିତ ରହି ସାରା ଦେଶରେ ସହିଦ ହୋଇଥିବା ୩୭୭ ଯବାନ ଓ ଅଧିକାରୀଙ୍କ ସ୍ମୃତିରେ ମାଲ୍ୟାର୍ପଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏଥିସହିତ ପୋଲିସ ବ୍ୟାଣ୍ଡ ଦ୍ୱାରା ପ୍ରସ୍ତୁତ ଶହୀଦ ସ୍ମୃତି ସଂଗୀତ ପରିବେଷିତ ହୋଇଥିଲା । ଉତ୍ସବରେ ସଶସ୍ତ୍ର ପୋଲିସ ସହିଦମାନଙ୍କ ଉଦ୍ଦେଶ୍ୟରେ ତୋପ ସଲାମୀ ଦିଆଯାଇଥିଲା । ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ବାର୍ତ୍ତା ମଧ୍ୟ ପାଠ ହୋଇଥିଲା ।

Leave a Reply

Your email address will not be published.