ସମସ୍ୟାର ସମାଧାନ ପାଇଁ 8ଦିନ ସମୟ ନେଲା ପ୍ରଶାସନ ଧାରଣାରୁ ଉଠିଲେ ଗ୍ରାମବାସି

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଗଁଦିଆ ତହସିଲ ଅନ୍ତର୍ଗତ ନିହଲପ୍ରସାଦ ଦଶରା ପଡିଆ ଠାରେ ଆଜି ଢେଙ୍କାନାଳ ଓ ଚଡେଇଧରା ମୁଖ୍ୟ ରାସ୍ତା ଉପରେ6ଦଫା ଦାବି ପୂରଣ ନେଇ ଗ୍ରାମବସୀ ମାନେ ପୂର୍ବତନ ସରପଞ୍ଚ ତାପସ କୁମାର ସାହୁ ଙ୍କର ନେତୃତ୍ୱରେ ଧାରଣା ଦେଇଥିଲେଦାବି ଗୁଡିକ ମଧ୍ୟରେ ବେଆଇନ ବ୍ଲାଷ୍ଟିଙ୍ଗ ବନ୍ଦ କରିବା ଜୀବନ ଜୀବିକାକୁ ସୁରକ୍ଷା ଦେବା ପାଣି ପବନ ପ୍ରଦ୍ୟୁଶନ କୁ ଦୂଷିତ ନକରିବା ପରିବେଶକୁ ସୁରକ୍ଷା ଦେବା ବିନା ଅନୁମତିରେ ବେଆଇନ ଭାବରେ ଚାଲୁଥିବା କ୍ରସର କୁ ତୁରନ୍ତ ବନ୍ଦ କରିବା ଭାରିଜାନଚଳା ଚଳକୁ ବନ୍ଦ କରିବା ନିହଲପ୍ରସାଦ ମୌଜ଼ା ରୁ ରାତି ଅଧିଆ ଚୋରାରେ ଚାଲାଣ ହେଉଥିବା ମହରମ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ବେଆଇନ ପଥର ଖନନକୁ ବନ୍ଦ କରିବା ପଥର ଖନନ ସ୍ଥଳରୁ ଅମୋନିଆ ମିଶ୍ରିତ ପାଣି ଗ୍ରାମ ମଧ୍ୟରେ ଥିବା କୂପ ଓ ନଳକୂପ ରେ ମିଶିବା ଦ୍ୱାରା ଉକ୍ତ ପାଣି ବ୍ୟଵ୍ୟହାର କରି କିଡିନି ରୋଗରେ ଆକ୍ରାନ୍ତ ହୋଉଛନ୍ତି ଭାରିଜାନଚାଲିବା ଦ୍ୱାରା ରାସ୍ତାରେ ପାଣି ପକାଯାଉ ନଥିବା କାରଣରୁ ଧୂଳି ଧୂସର ଉଡିବା ଯୋଗୁ ଗ୍ରାମବସୀ ମାନେ ଶ୍ୱାସ ଜନିତ ରୋଗରେ ଆକ୍ରାନ୍ତ ହେଉଛନ୍ତିଏହି ସବୁ ଦାବି ଗୁଡିକ ପୁରାଣ ପାଇଁ ଧାରଣା ଗ୍ରାମବସୀ ମାନେ ଦେଇଥିଲେ ଘଟଣା ସ୍ଥଳରେ ଢେଙ୍କାନାଳ ଉପ ଜିଲ୍ଲାପାଳ ସ୍ନିଗ୍ଧା ରାଣୀ ଧଳ ଏସ ଡ଼ି ପି ଓ ସୂର୍ଯ୍ୟମଣି ପ୍ରଧାନ ଗଁଦିଆ ତହସିଲଦାର ଭଜନାନନ୍ଦ ସାହୁ ଓ ନିହଲପ୍ରସାଦ ଥାନା ଆଇଆଇସି ଦଶରଥହଂସଦା ଉପସ୍ଥିତ ରହି ଆନ୍ଦୋଳନ କାରୀଙ୍କୁ ବୁଝା ସୁଝା କରିବା ସହିତ ସମସ୍ୟାର ସମାଧାନ ପାଇଁ ଆଗାମୀ ବୁଧବାର ପର୍ଯ୍ୟନ୍ତ ସମୟ ନେଇଛନ୍ତି .

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.