ଡଗରପଡ଼ା ଶନି ମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ 

ଖଇରା, (ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଳା ଖଇରା ବ୍ଲକ୍ ଅନ୍ତର୍ଗତ ଡଗରପଡ଼ା ଉଡାପଦାରେ ଥିବା ଶନି ମନ୍ଦିରର ବାର୍ଷିକ ଉତ୍ସବ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଗ୍ରାମବାସୀ ଗୟାଧର ବିଶ୍ୱାଳଙ୍କ ତତ୍ତ୍ଵାବଧାନରେ ଉକ୍ତ କାର୍ଯ୍ୟକ୍ରମଟି ସୂଚାରୁରୁପେ ପାଳିତ ହୋଇଥିଲା । ଏହି ମନ୍ଦିର ୨୦୧୯ ମସିହା ନଭେମ୍ବର ୨ ତାରିଖରେ ପ୍ରତିଷ୍ଠା ହୋଇଥିଲା । ଆରମ୍ଭରୁ ମନ୍ଦିରର ପୂଜକ ଭାବେ ମୁକ୍ତିକାନ୍ତ ନାୟକ ପୂଜା କରି ଆସୁଛନ୍ତି । ପୂଜକମାନଙ୍କ ଦ୍ୱାରା ପୂଜାପାଠ କରାଯାଇଥିଲା । ଏହି ଅବସରରେ ପ୍ରଥମେ କଳସ ଯାତ୍ରା ହୋଇଥିଲା । ଏଥିରେ ବିଭିନ୍ନ ସ୍ଥାନରୁ ବହୁ ଭକ୍ତ ମାନେ ଆସି ଯୋଗଦେଇ ଥିଲେ । ପୂଜା ଦେଖିବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା । ଶେଷରେ ସମସ୍ତେ ଆନନ୍ଦ ମନରେ ପ୍ରସାଦ ସେବନ କରି ନିଜ ନିଜ ଘରକୁ ଫେରିଥିଲେ । ଏହି ଅବସରରେ ପ୍ରାୟ ୧୫୦ ରୁ ଅଧିକ ଅସହାୟ ଲୋକଙ୍କୁ କମଳ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ହୁଲା, ସନିଆ, ମିଲୁ, ଅଲେଖ, ଜଟା, ନରହରି ଓ ଯୁଲୁ ପ୍ରମୁଖ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

Leave a Reply

Your email address will not be published.