୩୩ ଦିନରେ ପହଞ୍ଚିଛି ବ୍ଲୁଫ୍ଲାଗ୍ ବିରୋଧୀ ଆନ୍ଦୋଳନ

ପୁରୀ, (ନାଗରାଜ ନ୍ୟୁଜ ): ୩୩ ଦିନରେ ପହଞ୍ଚିଛି ବ୍ଲୁଫ୍ଲାଗ୍ ବିରୋଧୀ ଦିବାରାତ୍ରି ଆନ୍ଦୋଳନ ଓ ଗଣ ଧାରଣା । ଶୀତରେ ଦିନ ରାତି ଆନ୍ଦୋଳନ କରୁଛନ୍ତି ଜୀବନ ଜୀବିକା ହରାଉଥିବା କ୍ଷୁଦ୍ର ବ୍ୟବସାୟୀ ମାନେ । ଜାଲାରି ଆପାନା ନାମକ ଲାଇଫଗାର୍ଡ ଆନ୍ଦୋଳନରୀଙ୍କ ମୃତ୍ୟୁ ହୋଇଥିବାବେଳେ ବଲ୍ଲା ଜଗନ୍ନାଥ ନାମକ ଜଣେ ମୁକ୍ତ ବ୍ୟବସାୟୀ ଆନ୍ଦୋଳନକାରୀ ଅସୁସ୍ଥ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଓ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ବୋଲି ଅଭିଯୋଗ ହୋଇଛି । କୌଣସି ଅଧିକାରୀ ଆସୁନାହାଁନ୍ତି ଆଲୋଚନା କରିବାପାଇଁ । ଆନ୍ଦୋଳନକାରୀ ନିଷ୍ପତ୍ତି ନେଇଛନ୍ତି ମରିବୁ ପଛେ ବେଳାଭୂମି ଛାଡିବୁ ନାହିଁ । କୋଭିଡ ଗାଇଡଲାଇନ୍ ଅନୁଯାୟୀ ଏହି ଅହୋରାତ୍ର ଆନ୍ଦୋଳନ ଚାଲୁ ରହିଛି । ବ୍ଲୁଫ୍ଲାଗ୍ ବନ୍ଦ ନହେବା ପର୍ୟ୍ୟନ୍ତ କୋଭିଡ ଗାଇଡଲାଇନ୍ ଅନୁଯାୟୀ ଏହି ଆନ୍ଦୋଳନ ଚାଲୁରହିବ ବୋଲି ଆନ୍ଦୋଳନକାରୀ କହିଛନ୍ତି ।

Leave a Reply

Your email address will not be published.