ଅଂଶୁପା ହ୍ରଦ ଠାରେ ‘ଅଜାଦି କା ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଙ୍କୀ, (ନାଗରାଜ ନ୍ୟୁଜ): ଚିଲିକା ଉନ୍ନୟନ ପକ୍ଷରୁ ଆଜି ଅଂଶୁପା ହ୍ରଦ ଠାରେ ଅଜାଦି କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଂଶୁପା ହ୍ରଦର ଉର୍ଣ୍ଣତିକରଣ ବିଷୟରେ ଆଲୋଚନା ହୋଇଥିଲା । ଏଥିସହ ବୃକ୍ଷରୋପଣ ଓ ସଫେଇ କାର୍ଯ୍ୟକ୍ରମ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ଚିଲିକା ଉନ୍ନୟନ ବିଭାଗର ବିଭାଗୀୟ ଅଧିକାରୀଙ୍କ ସହିତ ସିଡିଏ ତଥା ଅଂଶୁପା ହ୍ରଦର ସମସ୍ତ କର୍ମକର୍ତ୍ତା ଯୋଗଦେଇଥିଲେ । ଏଥିସହିତ ଆଜିର କାର୍ଯ୍ୟକ୍ରମକୁ କିପରି ଭାବେ ସରସ ସୁନ୍ଦର କରିଯିବା ସହ ଆଗକୁ ଅଂଶୁପା ହ୍ରଦ ସମ୍ବନ୍ଧୀୟ କାର୍ଯ୍ୟକ୍ରମ କିଭଳି କରାଯିବ ସେଥିପ୍ରତି ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଅନ୍ୟପକ୍ଷେ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଅଂଶୁପା ହ୍ରଦର ସମସ୍ତ ଆବଶ୍ୟକ ପୂରଣ ହେବା ନେଇ ପ୍ରତିଶୃତି ଦେଇଛନ୍ତି ।

Leave a Reply

Your email address will not be published.