ମା’ ଭଟ୍ଟାରିକା ଟ୍ରାକ୍ଟର ମାଲିକ ମହାସଂଘ ପକ୍ଷରୁ ତହସିଲ କାର୍ଯ୍ୟାଳୟ ଘେରାଉ

ବଡମ୍ବା, (ନାଗରାଜ ନ୍ୟୁଜ): ଦୀର୍ଘ ୮ ମାସ ହେବ ବଡମ୍ବାର ସମସ୍ତ ନଦୀଘାଟ ଗୁଡିକୁ ବନ୍ଦ କରି ଦିଆଯାଇଛି । ଏଥିପାଇଁ ବଡମ୍ବା ଅଧିବାସୀମାନେ ଗୃହ ନିର୍ମାଣ ପାଇଁ ବାଲିର ଆବଶ୍ୟକତା ପୁରଣ କରି ପାରୁନାହାନ୍ତି ଏବଂ ପ୍ରାୟ ୨ଗୁଣରୁ ୩ଗୁଣ ଦାମରେ କିଣୁଛନ୍ତି । ବାଲିଘାଟ ଉପରେ ନିର୍ଭର କରୁଥିବା ଶ୍ରମିକ, ଟ୍ରାକ୍ଟର ଓ ଡ୍ରାଇଭରମାନେ ହାତ ବାନ୍ଧି ବସିଲେଣି । ଏହାର ପ୍ରତିବାଦରେ ମହାନଦୀ ଅବବାହିକାରେ ଅବସ୍ଥାନ କରି ଏଭଳି ସଂକଟ ଭିତରେ ରହି ନରସିଂହପୁର ଘାଟ ଉପରେ ନିର୍ଭର କରିବାଟା କେତେଦୂର ଯଥାର୍ଥ ତାହା ବିଚାର ଯୋଗ୍ୟ ଅଟେ । ଏହି ବିଷୟରେ ତହସିଲଦାର, ଉପ ଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା ।

ଏଣୁ ଏହାର ପ୍ରତିବାଦରେ ସୋମବାର ଦିନ ମହା ସଂଘର ସଭାପତି ସରୋଜ କୁମାର ନାୟକଙ୍କ ତତ୍ଵାବଧାନରେ ୩୦୦ରୁ ଉଦ୍ଧ୍ୱର୍ ଟ୍ରାକ୍ଟର ଗାଡି ସହିତ ଏକ ରାଲି କରି ବଡମ୍ବା ହାଟ ଛକ ଠାରୁ ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହିତ ତହସିଲ ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି । ଧାରଣାରେ ଶତାଧିକ ଟ୍ରାକ୍ଟର ମାଲିକ ଓ ଟ୍ରାକ୍ଟର ଡ୍ରାଇଭରମାନେ ସାମିଲ ହୋଇଥିଲେ । ଏହି ଧାରଣାରେ ବଡମ୍ବାର ଅନେକ ବୁଦ୍ଧିଜୀବୀମାନେ ସମର୍ଥନ ମଧ୍ୟ କରିଥିଲେ । ମହା ସଂଘ ତରଫରୁ ତହସିଲଦାରଙ୍କୁ ଏକ ଦାବିପତ୍ର ଦେବା ସହିତ ଆଗାମୀ ସାତ ଦିନ ଭିତରେ ବାଲିଘାଟକୁ ଖୋଲା ନଯାଏ ତେବେ ରାଜରାସ୍ତା କୁ ଓହ୍ଲାଇବା ପାଇଁ ମହାସଂଘର ଉପଦେଷ୍ଠା ଶିବନାରାୟଣ ମିଶ୍ର ସୂଚନା ଦେଇଛନ୍ତି ।

Leave a Reply

Your email address will not be published.