ପୁରୀରେ ଶ୍ରେଷ୍ଠ ଗୃହିଣୀ ପ୍ରତିଯୋଗିତା ୨୦୨୨ ଉଦଘାଟିତ

ପୁରୀ, (ନାଗରାଜ ନ୍ୟୁଜ): ଆଜି ବଡଦାଣ୍ଡ ସ୍ଥିତ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଗୃହିଣୀ ନଂ୧ ସିଜିନ୪ ପ୍ରତିଯୋଗିତା ୨୦୨୨ ଉଦଘାଟିତ ହୋଇଯାଇଛି । ବରିଷ୍ଠ ନାରୀ ସଙ୍ଗଠିକା ତଥା ଉପଦେଷ୍ଟା ଅରୁଣୀମା ନନ୍ଦଙ୍କ ସଭାପତିତ୍ୱରେ ଉକ୍ତ ଉର୍ଷବକୁ ବରିଷ୍ଠ ସାମାଜସେବୀ ଚକ୍ରଧର ମହାପାତ୍ର, ପୂର୍ବତନ ରାଜସ୍ବ ଅଧିକାରୀ ବସନ୍ତ ମହାନ୍ତି, ବରିଷ୍ଠ ଶିକ୍ଷୟିତ୍ରୀ ଅଞ୍ଜଳି ରଥ, ଯୁବନେତା ଷ୍ଟାଲିନ ପରିଜା ଓ ନାରିନେତ୍ରୀ ପୁଷ୍ପାଞ୍ଜଳି ରଣା ଆଦି ଶୁଭ ଉଦଘାଟନ କରିଥିଲେ । ରଙ୍ଗାରଙ୍ଗ କଲଚରାଲ ଏକାଡେମୀ , ରୁଦ୍ରଣୀ ପ୍ରଡକ୍ସନ ଓ ଶ୍ରୀଧାମ ଜ୍ୟୋତିବାସ୍ତୁ ଗବେଷଣା ପ୍ରତିଷ୍ଠାନ ସହଯୋଗ ରେ ସହର ଏବଂ ଆଖପାଖର ମହିଳାମାନେ ଯୋଗଦେଇଥିଲେ।ରଙ୍ଗାରଙ୍ଗର ସମ୍ପାଦକ ସନ୍ତୋଷ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.