ଭାରତୀୟ ଜନତା ପାର୍ଟି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ସୁନ୍ଦରଗଡ: ମୋଦି ସରକାରଙ୍କ ଦ୍ଵିତୀୟ ପାଳିର ଦ୍ଵିତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଉରକେଲାର ଭାରତୀୟ ଜନତା ପାର୍ଟିର ପାନପୋଷ ସଂଗଠନ ତରଫରୁ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ରାଉରକେଲା ସରକାରୀ ଚିକିତ୍ସାଳୟରେ ବିଜେପିର ମହିଳା ମୋର୍ଚ୍ଚା ଏବଂ ବିଜେପିର ଯୁବମୋର୍ଚ୍ଚାର ଅନେକ ସଦସ୍ୟମାନେ ରକ୍ତଦାନ କରି ମହାନ୍ କାମରେ ସାମିଲ୍ ହୋଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ୫୦ ୟୁନିଟରୁ ଉର୍ଦ୍ଧ୍ଵ ରକ୍ତ ସଂଗ୍ରହ କରାଯିବାର ଲକ୍ଷ୍ୟ ରଖାଯାଇଛି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ନଗରପାଳ ଶ୍ରୀଯୁକ୍ତ ନିହାର ରାଏ, ଜିଲ୍ଲା ବିଜେପି ମୁଖପାତ୍ର ଶ୍ରୀଯୁକ୍ତ ଭଗବାନ ରାଉତ ଓ ଗଙ୍ଗା ଦାସ ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published.