ଟ୍ରେନ ଧକ୍କାରେ ବାଇକ ଚୁରମାର୍, ଜଣେ ଗୁରୁତର ଆହତ

ରାଜଗାଙ୍ଗପୁର, (ନାଗରାଜ ନ୍ୟୁଜ ): ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ରେଲୱେ ଷ୍ଟେସନ ନିକଟରେ ଟ୍ରେନ ଧକ୍କାରେ ବାଇକ ଚୁରମାର୍ ହୋଇଥିବା ବେଳେ ଜଣେ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତି ହୋଇ ଥବା ଜଣାପଡିଛି । ରାଜଗାଙ୍ଗପୁର ରେଲୱେ ଷ୍ଟେସନ ନିକଟସ୍ଥ ବଗିଚାପଡ଼ା ରେଲଫାଟକ୍ ନିକଟରେ ଏଭଳି ଘଟଣା ଘଟିଛି । ସୂଚନା ଅନୁସାରେ ଟ୍ରେନ ଆସୁଥିବାରୁ ରେଲୱେ ଫାଟକର ଗେଟବନ୍ଦ ଥିଲା । ହେଲେ ବନ୍ଦ ଗେଟକୁ ଭୃକ୍ଷେପ ନକରି କୁମାରକେଲା ଗ୍ରାମର ସତ୍ୟନାରାୟଣ ମହନ୍ତ ଗେଟର ଗଲା ବାଟଦେଇ ଲାଇନ ପାରି ହେଉଥିଲେ । ତାଙ୍କ ସହିତ ଅନ୍ୟଜଣେ ବାଇକ୍ ଆରୋହି ପଛରେ ଜଣକୁ ବସାଇ ସେ ମଧ୍ୟ ଗଲା ବାଟ ଦେଇ ଲାଇନ୍ ପାରିହେବାକୁ ଚେଷ୍ଟା କରିଥିଲେ ।

ଠିକ ସେହି ସମୟରେ ବମ୍ବେ ହାଓଡ଼ା ଦୁରନ୍ତ ଏକ୍ସପ୍ରେସ ଟ୍ରେନ ଦୃତ ଗତିରେ ଆସୁଥିବା ଦେଖି ବାଇକ୍ ଆରୋହି ଦୁହେଁ ଟ୍ରେନ ଲାଇନରେ ବାଇକ ଛାଡି ଜୀବନ ବିକଳରେ ଦୈଡ଼ି ପାଇଯାଇଥିଲେ । ଅନ୍ୟ ପକ୍ଷରେ ଟ୍ରେନଟି ସତ୍ୟନାରାୟଣ ମହନ୍ତକୁ ଧକ୍କା ଦେବାରୁ ସେ ଦୂରକୁ ଛିଟିକି ପଡ଼ିଥିଲେ । ବାଇକଟି ଟ୍ରେନ୍ ଲାଇନରେ ପଡ଼ିଥିବାରୁ ଟ୍ରେନ ଧକ୍କାରେ ବାଇକ ଚୁରମାର୍ ହୋଇଯାଇ ବାଇକର କିଛିଯନ୍ତ୍ରାଶ ସତ୍ୟନାରାୟଣ ମହନ୍ତଙ୍କ ଗୋଡ଼ରେ ବାଜିବାରୁ ତାଙ୍କର ବାମ ଗୋଡ ଭାଙ୍ଗିଯାଇ ସେ ଗୁରୁତର ହୋଇ ପଡ଼ିଥିଲେ । ପରେ ସେଠାରେ ଥିବା ଉପସ୍ଥିତ ଲୋକେ‌ ସାଙ୍ଗେ ସାଙ୍ଗେ ରାଜଗାଙ୍ଗପୁର ଡାକ୍ତରଖାନାକୁ ନେଇ ଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ରାଉରକେଲା ଡାକ୍ତରଖାନାକୁ ପଠାଯାଇଥିବା ଜଣାପଡିଛି ।

Leave a Reply

Your email address will not be published.