କଟକରେ ପହଞ୍ଚିଛି ବାଇକ ଶୋଭାଯାତ୍ରା

ଭାରତ ସରକାରଙ୍କର ଯୁବ ଓ କ୍ରୀଡା ମନ୍ତ୍ରାଳୟ ଅଧୀନରେ ଥିବା ସାଇ ପକ୍ଷରୁ ଆଜି ଆଜଦିକି 75 ବର୍ଷ ପୂର୍ତ୍ତି ଅବସରରେ 75 ବାଇକ ଶୋଭା ଯାତ୍ରା କଟକ ରେ ପହଞ୍ଚିଛି।ଏହି ବାଇକ୍ ଶୋଭାଯାତ୍ରା କାରିଙ୍କୁ ନେତାଜୀ ଜନ୍ମ ସ୍ଥାନ ସଂଗ୍ରାହଳୟ ଠାରେ ସମ୍ବର୍ଦ୍ଧିତ କରାଯାଇଛି। ଶୋଭାଯାତ୍ରା ଦଳ ନେତାଜୀ ଙ୍କ ପ୍ରତି ମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିବା ସହ ନେତାଜୀ ସଂଗ୍ରାହଳୟ କୁ ବୁଲି ଦେଖିଥିଲେ।ଏହି ବାଇକ୍ ଆରୋହି ଦଳ 47 ଦିନରେ 21000 କିଲୋ ମିଟର ଗସ୍ତ କରି ସ୍ୱାଧୀନତାର ବାର୍ତ୍ତା ପ୍ରଚାର କରିବେ।ବିଶିଷ୍ଟ କ୍ରୀଡ଼ା ହର୍ଷଦ ମୋଡା ଏହି ଶୋଭାାତ୍ରାର ନେତୃତ୍ୱ ନେଉଛନ୍ତି।ନେତାଜୀ ସଂଗ୍ରାହଳୟ ଠାରେ ସାଇ ର ଡେପୁଟି ଡାଇରେକ୍ଟର ତ୍ରୈଲୋକ୍ୟ ସାହୁ, ଶ୍ରୀକାନ୍ତ ନାୟକ ଅଭିଯାତ୍ରି ଦଳ ଙ୍କୁ ସମ୍ବୋଧିତ କରିଥିଲେ। ସେପ୍ଟେମ୍ବର ମାସ 9 ତାରିଖ ଠାରୁ ଦିଲ୍ଲୀ ଠାରେ ଏହି ବାଇକ୍ ଅଭିଯାନ ଆରମ୍ଭ କରାଯାଇଛି। ସ୍ବାଧୀନତାର 75 ବର୍ଷ ପୂର୍ତ୍ତି ଅବସରରେ ଦେଶର ବିଭିନ୍ନ ରାଜ୍ୟରୁ 75 ଜଣ କ୍ରୀଡା ବୀତ ଏହି ଅଭିଯାନରେ ସାମିଲ ହୋଇଛନ୍ତି। ଆସନ୍ତା ନଭେମ୍ବର 24 ତାରିଖ ଦିନ ଏହି ଅଭିଯାନ ଉଦଯାପିତ ହେବ। ଅଭିଯାନର ମୁଖ୍ୟ ହର୍ଷଦ ମୋଦି ଏହି ବାଇକ୍ ଅଭିଯାନ ସମ୍ପର୍କରେ ସୂଚନା ଦେଇ କହିଲେ 75 ଜଣ ଙ୍କୁ ନେଇ ଏହି ଅଭିଯାନ ଆରମ୍ଭ କରାଯାଇଛି। ଏମାନେ ଦେଶର ବିଭିନ୍ନ ରାଜ୍ୟରେ ପରିକ୍ରମା କରି ସ୍ବାଧୀନତାର ବାର୍ତ୍ତା ପ୍ରଚାର କରିବେ। ଆଜି ନେତାଜୀ ଜନ୍ମ ସ୍ଥାନ ସଂଗ୍ରାହଳୟ କୁ ଦେଖି ଶ୍ରୀ ମୋଦି ଏହାର ଉଚ୍ଚ ପ୍ରସଂଶା କରିଥିଲେ।ନେତାଜୀ ସଂଗ୍ରାହଳୟ ପକ୍ଷରୁ ବାଇକ୍ ଅଭିଯାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବାଇକ୍ ଅଭିଯାତ୍ରୀ ଦଳ କଟକ ର ଐତିହାସିକ ପୀଠ ସ୍ବରାଜ ଆଶ୍ରମ କୁ ପରିଦର୍ଶନ କରିଥିଲେ । ସହରର ବିଭିନ୍ନ ସ୍ଥାନରେ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Leave a Reply

Your email address will not be published.