ବିଜେପି ପାଳନ କଲା ପ୍ରତିଷ୍ଠା ଦିବସ

ବାଲେଶ୍ବର, (ନାଗରାଜ ନ୍ୟୁଜ): ବିଜେପିର ୪୩ ତମ ପ୍ରତିଷ୍ଠା ଦିବସ ସାରା ଦେଶରେ ପାଳନ ହେଉଥିବା ବେଳେ ବାଲିଆପାଳ ବ୍ଲକରେ ମଧ୍ୟ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ବାଲିଆପାଳ ବ୍ଲକ ବିଜେପି କାର୍ଯ୍ୟାଳୟରେ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା । ପ୍ରଥମେ କାର୍ଯ୍ୟକର୍ତ୍ତା ମାନେ ଭାରତ ମାତାର ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ପୂର୍ବତନ ଜିଲ୍ଲାପରିଷଦ ଅଜୟ କୁମାର ସାହୁ ଦଳୀୟ ପତାକା ଉତ୍ତୋଳନ କରିଥିଲେ । ତତ୍ପରେ ସମସ୍ତେ ମିଳିମିଶି ଜାତୀୟ ସଂଗୀତ ଗାନ କରିଥିଲେ । ପରେ ପରେ ପ୍ରତିଷ୍ଠା ଦିବସ ବାବଦରେ ଆଲୋଚନା କରାଯାଇଥିଲା । ଦଳର ସଂଗଠନକୁ ବାଲିଆପାଳରେ କେମିତି ମଜବୁତ୍ କରାଯିବ ସେ ବାବଦରେ ଆଲୋଚନା ହୋଇଥିଲା । ଉକ୍ତ ବୈଠକରେ ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଅରବିନ୍ଦ ବେହେରା, ରାଜ୍ୟ ଉପସଭାପତି ଅଜୟ କୁମାର ସାହୁ, ବାଲିଆପାଳ ମଣ୍ଡଳ ସଭାପତି ମୂରଲୀଧର ସାହୁ, ଗୌରବ ଅଣ୍ଡିଆ, ସାଂସଦ ପ୍ରତିନିଧି ମହେଶ୍ୱର ଜେନା, ଖପରାପଦା ମଣ୍ଡଳ ସଭାପତି ଲଷ୍ମୀଧର ପ୍ରଧାନ, ନିମାଇଁ ଦାସ, କରୁଣାକର ଜେନା, ଲଙ୍ଗଳେଶ୍ୱର ମଣ୍ଡଳ ସଭାପତି ଗଗନ କୁମାର ସାହୁ ପ୍ରମୁଖ ଯୋଗଦାନ କରିଥିଲେ ।
ସେହିପରି ନୂଆଗାଁ ପଞ୍ଚାୟତର ଯମୁନା ଶୂଳ ପାନ୍ଥ ନିବାସରେ ପୂର୍ବତନ ବ୍ଲକ ସଭାପତି ସୁବଳ ଚନ୍ଦ୍ର ଦାସଙ୍କ ନେତୃତ୍ୱରେ ଦଳର ପ୍ରତିଷ୍ଠା ଦିବସ ପାଳନ ହୋଇଥିବା ବେଳେ ପୂର୍ବତନ କୃଷକ ମୁର୍ଚ୍ଚା ସାଧାରଣ ସମ୍ପାଦକ ଅଦୈତ ବାଗ୍, ପୁର୍ବତନ କୃଷକ ନେତା ସୂର୍ଯ୍ୟ ନାରାୟଣ ସାହୁ, ବସ୍ତାର ପୂର୍ବତନ ମଣ୍ଡଳ ସଭାପତି ଶିବାନନ୍ଦ ଦାଶ, ଅଭିରାମ ମଲ୍ଲିକ, ବରିଷ୍ଠ କାର୍ଯ୍ୟକର୍ତ୍ତା ଚତୁର୍ଭୁଜ ବାରିକ୍, ଅଜିତ ପଟ୍ଟାୟତ ପ୍ରମୁଖ ଯୋଗଦାନ କରିଥିଲେ । ବସ୍ତା ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତର କାର୍ଯ୍ୟକର୍ତ୍ତାମାନେ ଯୋଗଦାନ କରି ଦଳୀୟ ପତାକା ଉତ୍ତୋଳନ କରିଥିଲେ ।ପରେ ପାନ୍ଥ ନିବାସରେ ଏକ ବୈଠକ ଅନୁଷ୍ଠିତ ହୋଇ ବସ୍ତା ନିର୍ବାଚନ ମଣ୍ଡଳୀରେ ଆଗାମୀ ଦିନରେ ଦଳକୁ କିପରି ମଜବୁତ୍ କରାଯିବ ସେ ନେଇ ଉପସ୍ଥିତ ବରିଷ୍ଠ କର୍ମୀ ମାନଙ୍କୁ ମନ୍ତ୍ର ଫୁଙ୍କି ଥିଲେ ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.