ବିଜେପିର ୧୨ ଘଣ୍ଟିଆ ବନ୍ଦ ଡାକରା ସଫଳ

ବାଲେଶ୍ଵର, (ନାଗରାଜ ନ୍ୟୁଜ ): ମମିତା ମେହେରଙ୍କ ପରିବାରକୁ ନ୍ୟାୟ ଦାବିରେ ଗତକାଲି ବିଜେପି ପକ୍ଷରୁ ଜିଲ୍ଲା ବ୍ୟାପି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା । ବିଭିନ୍ନ ସ୍ଥାନରେ ରାସ୍ତାରୋକ, ଶୋଭାଯାତ୍ରା ଓ ପଥପ୍ରାନ୍ତ ସଭା ମଧ୍ୟ ଦଳ ତରଫରୁ ଅନୁଷ୍ଠିତ ହୋଇଥିଲା । ଦଳୀୟ ନେତାଙ୍କ ବିଜେଡି ସରକାର ବିରୋଧୀ ଭାଷଣ ପଥପ୍ରାନ୍ତ ସଭାକୁ ସରଗରମ କରିଥିଲା । ଭାଷଣ ମାଧ୍ୟମରେ ବିଜେପି କର୍ମୀ ଓ ନେତାମାନେ ବିଜେଡି ସରକାରକୁ କଟୁ ସମାଲୋଚନା କରିବାକୁ ପଛାଇ ନଥିଲେ । ଏପରିକି ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଏହି ସମାଲୋଚନାରୁ ବାଦ ଦେଇନଥିଲେ । ବନ୍ଦ ପାଳନ ଜିଲ୍ଲାର ବିଭିନ୍ନ ବ୍ଲକରେ ଅନୁଷ୍ଠିତ ହୋଇଥିଲା । ସଭାରେ ମନ୍ତ୍ରୀଙ୍କ ବହିଷ୍କାର ଓ ସିବିଆଇ ତଦନ୍ତ ଦାବି କରିଥିଲେ ବିଜେପି କର୍ମୀ ଓ ନେତାମାନେ । ଶେଷରେ ଥାନା ମୁଖ୍ୟଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

Leave a Reply

Your email address will not be published.