ଅଚିହ୍ନା ଯୁବକଙ୍କ ମୃତଦେହ ପୁରୀ ମୁଖ୍ୟ କେନାଲରୁ ଉଦ୍ଧାର

ବାରଙ୍ଗ, (ନାଗରାଜ ନ୍ୟୁଜ): ନନ୍ଦନକାନନ ଥାନା ଅନ୍ତର୍ଗତ ମାର୍ଚିଆ ଗାଁ ମୁଣ୍ଡ ପୁରୀ ମୁଖ୍ୟ କେନାଲ ସାଇପନର ୨୦୦ ମିଟର ଦୂରରେ ଆଜି ଏକ ମୃତଦେହ ଉଦ୍ଧାର କରି ଶବବ୍ୟବଛେଦ ପାଇଁ  ଡାକ୍ତରଖାନା ପଠାଇଛି ନନ୍ଦନକାନନ ପୋଲିସ । ତେବେ ମୃତଙ୍କ କୈାଣସି ପରିଚୟ ମିଳିନାହିଁ । ମୃତକର ବୟସ ୫୦-୬୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ସ୍ଥାନୀୟ ଯୁବକ କେନାଲରେ ଗାଧୋଇବା ସମୟରେ କେନାଲ ପାଣିରେ ଭାସିକି ଆସୁଥିବାର ଦେଖି ତାକୁ ଉପରକୁ ଆଣି ମୃତ୍ୟୁ ବୋଲି ଜାଣିବା ପରେ ଥାନାକୁ ଖବର ଦେଇଥିଲେ । ଖବର ପାଇ ନନ୍ଦନକାନନ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ଶବଟିର ପରିଚୟ ମିଳିନଥିବାବେଳେ ସେ ଧଳା ରଙ୍ଗର ଗଞ୍ଜିଟି ଶାର୍ଟ ପିନ୍ଦିଥିଲା । ତେବେ ନନ୍ଦନକାନନ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଜାରିରଖିଛି ।

ବାରଙ୍ଗରୁ ରଜତ କୁମାର ମୁଦୁଲିଙ୍କ ରିପୋର୍ଟ

Leave a Reply

Your email address will not be published.