ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ

କଟକ, (ନାଗରାଜ ନ୍ୟୁଜ): ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ଭାଜପା କଟକନଗର ନଦୀ ସୁରକ୍ଷା ସମିତି(ନମାମି ଗଙ୍ଗେ) ତରଫରୁ କଟକ ଧବଳେଶ୍ୱର ଡଙ୍ଗା ଘାଟ ଠାରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । କଟକନଗର ସଭାପତି ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି କେନ୍ଦ୍ର ଜଳଶକ୍ତି, ଆଦିବାସୀ ବ୍ୟାପାର ବିଶ୍ୱେଶ୍ୱର ଟୁଡୁ, ବକ୍ତା ଭାବେ ନମାମି ଗଙ୍ଗେ ଓଡ଼ିଶାର ମୁଖ୍ୟ ମହେଶ୍ୱର ସାହୁ, ରାଜ୍ୟର ବରିଷ୍ଠ ନେତା ନୟନ କିଶୋର ମହାନ୍ତି, ପ୍ରଦୀପ ପଟ୍ଟନାୟକ, ବ୍ରଜେନ୍ଦ୍ର ରାୟ, ହୃଷିକେଶ ଜେନା, ଅଶୋକ ରଥ, ସ୍ମୃତି ପଟ୍ଟନାୟକ, ରଶ୍ମିରେଖା ଦାସ, ସଞ୍ଜୟ ଜେନା ଓ ସଂଜୀବ ରଣା ପ୍ରଭୃତି ଯୋଗ ଦେଇଥିଲେ ।

ବାବା ମାନସ ଚୈତନ୍ୟ ମହାନଦୀ ଆରତୀ ପରେ ପ୍ରତୀକାତ୍ମକ ଭାବେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ କରାଇଥିଲେ । କଟକର ବିପୁଳ ଜଳ ସମ୍ପଦ ଓ ନଦୀପଠାର ଅବାଂଛିତ ବ୍ୟବହାର ଉପରେ ରୋକ ଲଗାଇ କଟକର ସୌନ୍ଦର୍ଯ୍ୟ ଏବଂ ଜଳଶକ୍ତି ଭିତ୍ତିଭୂମିର ବିକାଶ କରାଇବାକୁ ବିଭିନ୍ନ ବକ୍ତାମାନେ କେନ୍ଦ୍ରସରକାରଙ୍କ ମନ୍ତ୍ରୀଙ୍କ ପାଖରେ ଦାବି ରଖିଥିଲେ । ଟୁଡୁ ନଦୀ ବେଷ୍ଟିତ କଟକର ପ୍ରାକୃତିକ ପରିବେଶର ଭୁରି ଭୁରି ପ୍ରଶଂସା କରି ରାଜ୍ୟ ସରକାରଙ୍କ ଦୂରଦୃଷ୍ଟିର ଅଭାବ କାରଣରୁ ଏଭଳି ପରିସ୍ଥିତି ଉପୁଜିଛି ବୋଲି କହିଥିଲେ । ଏହାର ନିରାକରଣ ତଥା ନୂତନ ପ୍ରୋଜେକ୍ଟ ପ୍ରସ୍ତୁତ କରି କେନ୍ଦ୍ରସରକାରଙ୍କୁ ଦେବାକୁ ପରାମର୍ଶ ଦେଇ ଏହାକୁ ସମ୍ପୂର୍ଣ୍ଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।

Leave a Reply

Your email address will not be published.