ଜାନୁଆରୀ ୧୦ରୁ କଟକରେ ଦିଆଯିବ ବୁଷ୍ଟର ଡୋଜ

କଟକ, (ନାଗରାଜ ନ୍ୟୁଜ): ଆସନ୍ତା ଜାନୁଆରୀ ୧୦ ତାରିଖରୁ କଟକରେ ବୁଷ୍ଟର ଡୋଜ ଦିଆଯିବ । ପ୍ରଥମେ ଏହି ବୁଷ୍ଟର ଡୋଜ ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ । ପରେ ୬୦ ବର୍ଷରୁ ଉର୍ଦ୍ଧ୍ଵ ଏବଂ ବହୁବିଦ୍ଧ ରୋଗରେ ପୀଡିତ ଥିବା ରୋଗୀଙ୍କୁ ଦିଆଯିବ । ତେବେ ଏହି ବୁଷ୍ଟର ଟିକା କେଉଁ କେଉଁ ସ୍ଥାନରେ ଦିଆଯିବ ସେନେଇ ଅନୁଧ୍ୟାନ ଚାଲିଛି । କଟକରେ କିଭଳି ଶୃଙ୍ଖଳିତ ଭାବରେ ଲୋକେ ବୁଷ୍ଟର ଟୀକା ନେବେ ସେନେଇ ସୂଚନା ଦେଇଛନ୍ତି କଟକ ମହାନଗର ନିଗମ ଡେପୁଟି କମିଶନର ଡା. ଅବିନାଶ ରାଉତ । ଦେଶରେ ଉଭୟ ଡୋଜ ଟୀକାକରଣ ନେଇ ଓଡ଼ିଶା ମାଇଲଖୁଣ୍ଟ ଛୁଇଁ ଲାଗିଛି । ଉଭୟ ଡୋଜ ନେଲେ ମଧ୍ୟ ଶରୀରରେ ଆଣ୍ଟିବଡ଼ି ତିଆରି କରିବାକୁ ବୁଷ୍ଟର ନିହାତି ଆବଶ୍ୟକ । ତେଣୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ନିର୍ଦ୍ଦେଶ ଅନୁଯାୟୀ ଆସନ୍ତା ଜାନୁଆରୀ ୧୦ ତାରିଖରୁ ସାରା ଦେଶରେ ବୁଷ୍ଟର ଡୋଜ ଦିଆଯିବ ।

Leave a Reply

Your email address will not be published.