ଗ୍ରାହକ ସେବାକେନ୍ଦ୍ର ତରଫରୁ କ୍ୟାମ୍ପ ଆୟୋଜିତ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ ଅନ୍ତର୍ଗତ ବଣିଆପଡା ପଞ୍ଚାୟତରେ ଦୁର୍ଗା ପଡ଼ିଆଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ସାନ୍ଦାପଶିପାଟଣା ବ୍ରାଞ୍ଚ୍ ର ଦ୍ରିଷ୍ଟି ବିସି ଗ୍ରାହକ ସେବାକେନ୍ଦ୍ର ତରଫରୁ ଏକ କ୍ୟାମ୍ପର ଆୟୋଜନ କରାଯାଇଥିଲା । ଏହି କ୍ୟାମ୍ପଟିକୁ ଚୈତନ୍ୟ ସାହୁ ପରିଚାଳନା କରିଥିଲେ । ଏବଂ ମହେନ୍ଦ୍ର ସାହୁ ସହଯୋଗ କରିଥିଲେ । ଏଥିରେ ମୁଖ୍ୟ ଅତିଥି ସୁମିତ୍ରା ନନ୍ଦ ମହାପାତ୍ର, ଆଶିଷ ବେହେରା, କିଙ୍ଗ୍ ସୁକ୍ ନାଗ୍, ପ୍ରଦିପ କୁମାର ଜେନା, ଗୁରୁ ଦଳେଇ ଓ ଦ୍ରିଷ୍ଟି ବିସି ସୁପରଫାଇଜର ଯୋଗଦେଇଥିଲେ । ଏଥିରେ ମୁଖ୍ୟ ଅତିଥିମାନେ ବହୁ ସମୟ ଧରି ସୁରକ୍ଷା ବିମା ଯୋଜନା ବିଷୟରେ ଲୋକମାନଙ୍କୁ ସଚେତନ କରାଇଥିଲେ ।

ଏହି କାର୍ଯ୍ୟକ୍ରମରେ ପ୍ରାୟ ଏକ ଶହରୁ ଉଦ୍ଧ୍ୱର୍ ଲୋକ ସାମିଲ ହୋଇଥିଲେ । ଏହି ସବୁ ଯୋଜନାରେ ମଧ୍ୟ ଅଂଶଗ୍ରହଣ କରିଥିଲେ । ଏହି ସବୁ ଯୋଜନାର ମୂଳଲକ୍ଷ୍ୟ ଥିଲା କିପରି ଲୋକମାନେ ବର୍ଷକୁ ମାତ୍ର ବାର ଟଙ୍କା ଏବଂ ତିନି ଶହ ତିରିଶି ଟଙ୍କା ଦେଇ ଦୁଇ ଲକ୍ଷ ଟଙ୍କାର ବିମା ପାଇପାରିବେ । ଅଟଳ ପେନସନ ଯୋଜନାରେ ମଧ୍ୟ କିପରି ଅନ୍ତର୍ଭୁକ୍ତ ହୋଇ ଲାଭବାନ ହେବେ ସେଥିପ୍ରତି ସଚେତନ କରାଯାଇଥିଲା ।

Leave a Reply

Your email address will not be published.