କୋଭିଡ ନିୟମକୁ ଖୋଲାଖୋଲି ଉଲଂଘନ କଲା ରାଜଧାନୀ ଅପେରା

ଖଇରା, (ନାଗରାଜ ନ୍ୟୁଜ): ବାଲେଶ୍ବର ଜିଲ୍ଲା ସୋର ବ୍ଲକ ତୁଡିଗଢିଆ ଅନ୍ତର୍ଗତ ବେଳଦା ପଡିଆଠାରେ ରାଜଧାନୀ ଅପେରା କୋଭିଡି ନିୟମକୁ ଖୋଲା ଖୋଲି ଉଲଂଘନ କରିଛି । ନାଁ ଅଛି ସାମାଜିକ ଦୂରତା ନାଁ କମିଟି ସଦସ୍ୟମାନଙ୍କ ମୁହଁରେ ମାସ୍କ୍ । କଳାକାରମାନେ ବୃତ୍ତି ହରାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଯାତ୍ରା ମଞ୍ଚକୁ ଫେରିବା ପାଇଁ ଦାବି ଜଣାଉଥିଲେ । ସେମାନଙ୍କ ଦାବି ପୂରଣ କରି କେତେକ କଟକଣା ମାଧ୍ୟମରେ ସେମାନଙ୍କୁ ମଞ୍ଚ ଫେରାଇଥିଲେ ସରକାର । ଯାତ୍ରା ହଲ ଭିତରେ ସାମାଜିକ ଦୂରତା ଅବଲମ୍ବନ କରି ୬ ଫୁଟ ଅନ୍ତରରେ ସିଟ୍ ପକାଇବା ସହିତ ମାକ୍ସ ବାଧ୍ୟତାମୂଳକ କରାଯାଇଥିଲା । ମାତ୍ର ଏହାକୁ ଖୋଲାଖୋଲି ଉଲଂଘନ କରାଯାଇଛି । ଏହି ଯାତ୍ରା ଅନୁଷ୍ଠାନ ସମ୍ମୁଖରେ ସରକାରଙ୍କ ଗାଇଡଲାଇନ ସମ୍ପର୍କରେ ସୂଚନା ଦିଆଯାଇଥିବାବେଳେ ଭିତରେ କିନ୍ତୁ ନିୟମ ସମ୍ପୁର୍ଣ୍ଣ ଅଲଗା । ନା’ ଅଛି ସାମାଜିକ ଦୂରତା ନା ଅଛି ମାକ୍ସ । ସତେ ଯେମିତି କରୋନା ଏଠାକୁ ଆସିବନି । ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ଆଖି ବୁଜି ଚୁପ୍ ହୋଇ ବସିଛନ୍ତି । ସେଇ ଯାତ୍ରା ପଡ଼ିଆକୁ ଜଣେ ଗଣମାଧ୍ୟମ ପ୍ରତିନିଧି ଖବର ପ୍ରସାରଣ କରିବା ପାଇଁ ଯାଇଥିଲେ । ମୁହଁରେ ମାସ୍କ ନାହିଁ କାହିଁକି ବୋଲି ପଚାରିବାରୁ ତୁମେ ଏଠୁ ଯାଅ ବୋଲି ସଦସ୍ୟ ଜଣଙ୍କ କହିଥିଲେ । କମିଟିର ସଦସ୍ୟ ଜଣକ କ୍ୟାମେରା ଆଗରେ ଏହି ବାବଦରେ କହିବା ପାଇଁ ସିଧାସଳଖ ରୋକ୍ ଠୋକ୍ ମନା କରିଦେଇଥିଲେ । ତେବେ ଏହି ଦିଗରେ ପ୍ରଶାସନ କେବେ ଦୃଷ୍ଟି ଦେଉଛି ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published.