ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବା ଦାବି, ପୁଣି ସିଭିଲ କୋର୍ଟରେ ମାମଲା

ପୁରୀ, (ନାଗରାଜ ନ୍ୟୁଜ): ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବା ଦାବି ନେଇ ପୁଣି ସିଭିଲ କୋର୍ଟ ରେ ଏକ ମାମଲା କରାଯାଇଛି । ପୁରୀ ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ପୁରୀ ସିଭିଲ କୋର୍ଟ ଏହି ମାମଲା କରାଯାଇଛି । ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ନାମରେ ଆମସାର ଆକ୍ଟ ଓ nma ନିୟମ ଉଲଘଂନ ଅଭିଯୋଗ ନେଇ ଏହି ମାମଲା କରାଯାଇ ଥିବା ବେଳେ ଶ୍ରୀମନ୍ଦିର ର ସୁରକ୍ଷା ପାଇଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ସ୍ଥାୟୀ ନିର୍ମାଣ କାର୍ଯ୍ୟ ବନ୍ଦ ନେଇ ନିର୍ଦ୍ଦେଶ ଦେବାକୁ ଏହି ମାମଲା ରେ କୋର୍ଟ ଙ୍କ ନିକଟ ରେ ପ୍ରାର୍ଥନା କରାଯାଇଛି । ଏହି ମାମଲା ରେ ରାଜ୍ୟ ସରକାର , obcc , ଟାଟା କମ୍ପାନି , ପୁରୀ ଜିଲ୍ଲା ପାଳ , nma , କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ପ୍ରମୁଖ 11 ଜଣ ଙ୍କୁ ପକ୍ଷ ଭୁକ୍ତ କରାଯାଇଛି । ପୁରୀ ଓକିଲ ସଂଘ ପକ୍ଷରୁ ମଧ୍ୟ ଏହି ବେଆଇନ ନିର୍ମାଣ ପ୍ରସଙ୍ଗ ନେଇ ପୁରୀ ର sdjm କୋର୍ଟ ରେ ମଧ୍ୟ ମାମଲା କରାଯାଇ ଥିଲା । ତେବେ ପୁରି ସିଭିଲ କୋର୍ଟ ମାମଲା ପରେ କୋର୍ଟ ନିଶ୍ଚିତ ଉଚିତ ପଦକ୍ଷେପ ନେବେ ପୁରୀ ଓକିଲ ସଂଘ ଆଶା ରଖିଛି ।

Leave a Reply

Your email address will not be published.