ସତ୍ ସଙ୍ଗ ଆସରରେ ମୁଖ୍ୟ ଅତିଥି ହେବେ ମୋ ଅନୁଷ୍ଠାନ ସମ୍ପାଦକ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ମହାତ୍ମା ସନ୍ଥକବି ଭୀମଭୋଇଙ୍କ ଅମର କୃତି ଉପଲକ୍ଷେ ଅନୁଗୋଳ ଠାରେ ଗଢି ଉଠିଛି ସନ୍ଥକବି ଭୀମଭୋଇ ସାହିତ୍ୟ ପରିଷଦ । ଏହି ମହାତ୍ମାଙ୍କ ଅମର କୃତିକୁ ମନେ ରଖିବା ପାଇଁ ଅନଲାଇନ୍ ସାହିତ୍ୟ ଆସର ଚାଲୁ ରହିଛି । ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରେ ବସବାସ କରୁଥିବା ସାହିତ୍ୟ ପ୍ରେମୀ ବନ୍ଧୁମାନେ ଆସର ମାଧ୍ୟମରେ କିଛି ଜ୍ଞାନ ଆହରଣରେ ସକ୍ଷମ ହୋଇଥାନ୍ତି । ବିଭିନ୍ନ ଆସରରେ ବିଭିନ୍ନ ସାହିତ୍ୟ ପ୍ରେମୀ ବନ୍ଧୁ ମାନଙ୍କୁ ଅତିଥି ଆସନ ଅର୍ପଣ କରିଥାଏ । ଆଜିର ଆସର ନିମନ୍ତେ ବାଲେଶ୍ଵର ଜିଲ୍ଲା ଖଇରା ଠାରେ ଗଢି ଉଠିଥିବା ମୋ ଅନୁଷ୍ଠାନ ସାହିତ୍ୟ ସଂସଦର ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରାଙ୍କୁ ପରିଷଦ ମୁଖ୍ୟ ଅତିଥି ଭାବେ ମନୋନୀତ କରିଥିବାରୁ ବେହେରା ପରିଷଦକୁ କୃତଜ୍ଞତା ଜଣାଇଛନ୍ତି । ଉକ୍ତ ଆସର ଆଜି ରାତି ୮ ଘଟିକାରୁ ଆରମ୍ଭ ହୋଇ ରାତି ଘ ୯.୩୦ମି ପର୍ଯ୍ୟନ୍ତ ଚାଲିବ । ମୁଖ୍ୟ ଅତିଥିଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକୁ ସୁଚାରୁ ତୁଲାଇବା ନିମନ୍ତେ ପ୍ରସ୍ତୁତ ଅଛନ୍ତି ବୋଲି ଶ୍ରୀ ବେହେରା ପରିଷଦକୁ ସମ୍ମତି ପ୍ରଦାନ କରିଛନ୍ତି । ଶ୍ରୀ ବେହେରା କେବଳ ସାହିତ୍ୟିକ ନୁହନ୍ତି ସେ ମଧ୍ୟ ଜଣେ ସାମ୍ବାଦିକ ଅଟନ୍ତି । ଏବେ ସେ ବାଲେଶ୍ଵର ଜିଲ୍ଲା ସାମ୍ବାଦିକ ଭାବେ କାର୍ଯ୍ୟରତ ଅଛନ୍ତି ।।

Leave a Reply

Your email address will not be published.