ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଠମଲ୍ଲିକ ବ୍ଲକର ୭ ଉଚ୍ଚ ବିଦ୍ୟାଳୟ ଉଦ୍‌ଘାଟିତ

ଅନୁଗୋଳ, (ନାଗରାଜ ନ୍ୟୁଜ ): ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକରେ ମୋ’ ସ୍କୁଲ ‘୫-ଟି’ ଅନ୍ତର୍ଗତ ରୂପାନ୍ତରଣରେ ଆଠମଲ୍ଲିକ ବ୍ଲକର ସାତଟି ଉଚ୍ଚ ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଙ୍ଗ ମାଧ୍ୟମରେ ଉଦ୍‌ଘାଟିତ କରିଥିଲେ । ଆଠମଲ୍ଲିକ ବ୍ଲକ ଅଏଡା, ମାଧପୁର, ଟୁସର, କିଆକଟା, ଠାକୁରଗଡ଼, ସାନହୁଲା ଓ ପାଇକସାହି ଉଚ୍ଚ ବିଦ୍ୟାଳୟକୁ ‘୫-ଟି’ ମୋ ସ୍କୁଲ ଅନ୍ତର୍ଭୁକ୍ତ କରାଯାଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସନ୍ତୋଷ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିର୍ମାଣ କାର୍ଯ୍ୟ କରାଯାଇଥିଲା । ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନେ କାର୍ଯ୍ୟଗୁଡିକର ତଦାରଖ କରି ଶୀଘ୍ର ସମାପ୍ତ କରାଇଥିଲେ । ଏହି ଉତ୍ସବରେ ପ୍ରତ୍ୟେକ ସ୍କୁଲ୍ ରେ ଏଲଇଡି ମାଧ୍ୟମରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଦେଖିବା ପାଇଁ ସିଧା ପ୍ରସାରଣର ବନ୍ଦବସ୍ତ କରାଯାଇଥିଲା ।

Leave a Reply

Your email address will not be published.