କଟକରେ ଦୁଇଟି ଥାନାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କଟକ, (ନାଗରାଜ ନ୍ୟୁଜ ): କଟକ ସହରାଞ୍ଚଳ ପୋଲିସ ଅଧୀନରେ ଯୋଡି ହେଲା ଆଉ ଦୁଇଟି ନୂଆ ଥାନା । ଗୋଟିଏ ୪୨ ମୌଜା ହୋଇଥିବା ବେଳେ ଅନ୍ୟଟି ସାଇବର ଥାନା । ଭର୍ଚ୍ଚୁଆଲ ମାଧ୍ୟମରେ ଏହି ଦୁଇଟି ଥାନାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସମୟରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି, ଡଶସିପି ପ୍ରତୀକ ସିଂ ଓ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ଉପସ୍ଥିତ ଥିଲେ । କଟକ ସଦର ଥାନା ଅଧୀନରେ ଥିବା ୪୨ ମୌଜା ବେଣ୍ଟକାର ଅଞ୍ଚଳରେ ଦୀର୍ଘଦିନ ହେଲା ଥାନା ପ୍ରତିଷ୍ଠା କରିବା ପାଇଁ ଦାବି ହୋଇ ଆସୁଥିଲା । ସଦର ଥାନା ବହୁତ ଦୂର ହେଉଥିବା ଯୋଗୁ ଲୋକଙ୍କୁ ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଥିଲା । ତେଣୁ ଏହି ଥାନା ପ୍ରତିଷ୍ଠା ହେବା ଫଳରେ ଅଞ୍ଚଳବାସୀ ଉପକୃତ ହେବେ ବୋଲି କହିଛନ୍ତି ବିଧାୟକ ଚନ୍ଦ୍ରଶାରଥୀ ବେହେରା । ସେହିଭଳି ଦିନକୁ ଦିନ ସାଇବର ଅପରାଧ ବୃଦ୍ଧି ପାଇବାକୁ ଲାଗିଥିବା ବେଳେ ସାଇବର ଥାନା ବେଶ ସହାୟକ ହେବ ବୋଲି କହିଛନ୍ତି କଟକ ଡଶସିପି । ଏହି ଦୁଇଟି ଥାନା ପ୍ରତିଷ୍ଠା ହେବା ଫଳରେ ଜନସାଧାରଣଙ୍କୁ ନ୍ୟାୟ ମିଳିବାରେ ବେଶ ସହାୟକ ହେବ ବୋଲି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି କହିଛନ୍ତି ।

Leave a Reply

Your email address will not be published.