ପେଟ ପାଇଁ ଶିଶୁ ହେଲା ଶ୍ରମିକ

ଗଁଦିଆ: ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ଅନ୍ତର୍ଗତ କାଶିପୁର ଗ୍ରାମ ପଞ୍ଚାୟତରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇରହିଛନ୍ତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ଅଧିକାରୀ । କରୋନା ମହାମାରୀ ଆଜି ସଜେଇ ଦେଇଛି ଚପଳମତି ଶିଶୁ ମାନଙ୍କୁ ଶିଶୁଶ୍ରମିକ । କୋରୋନା ଜନଜାତି ସଂପ୍ରଦାୟକୁ ଆଜି ଏଭଳି ଏକ ଅଭାବନୀୟ ପରିସ୍ଥିତିରେ ପହଞ୍ଚାଇଛି ତାହା କଳ୍ପନା କରି ହେଉନାହିଁ । ଯାହାକି କାଶିପୁର ଗ୍ରାମର ଜନଜାତି ଶ୍ରେଣୀର ଛୋଟ ଛୋଟ ଶିଶୁ ଯେଉଁ ମାନେ ପାଠ ପଢି ନିଜର ଭବିଷ୍ୟତ ଗଢିବା ବଦଳରେ ଆଜି ନିଜର ପେଟ ପୋଶିବାକୁ ଶ୍ରମିକ ପାଲଟିଯାଇଛନ୍ତି। ବଡ ଦୁଃଖ ଓ ଲଜ୍ଜାଜନକ ବିଷୟକି ଆମ ଜିଲ୍ଲା, ରାଜ୍ୟ ତଥା ଦେଶ କେତେ ଅଭାବ ଆଉ କେତେ ପଛରେ ପଡିଛି ଯାହାର ଭାର ଏଠି ଜନଜାତି ଶ୍ରେଣୀର ଶିଶୁ ମାନଙ୍କୁ ଉଠାଇବାକୁ ପଡୁଛି। । ଜନଜାତି ଶ୍ରେଣୀର ପିଲାମାନଙ୍କୁ ପାଠପଢ଼ାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମାଳମାଳ ଯୋଜନା କରିଛନ୍ତି ବୋଲି ଯାହା କାଗଜ କଲମରୁ ଯଣାପଡେ । ତାହା ଯାଉଛି କୁଆଡେ । ପ୍ରଶ୍ନବାଚୀ ଘେରରେ ସଭିଏଁ ।

ଢେଙ୍କାନାଳରୁ ସୌମ୍ୟ ମହାନ୍ତିଙ୍କ ରିପୋର୍ଟ ନାଗାରାଜ ନ୍ୟୁଜ

Leave a Reply

Your email address will not be published.