ନେହେରୁ ଯୁବକେନ୍ଦ୍ର ତରଫରୁ କ୍ଲିନ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ

ଟିଟିଲାଗଡ଼, (ନାଗରାଜ ନ୍ୟୁଜ ): ଟିଟିଲାଗଡ଼ ବ୍ଲକର ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ କ୍ୟାମ୍ପସ ଓ ଅଙ୍ଗନବାଡି କେନ୍ଦ୍ର ଭିତର ପରିସରରେ ନେହେରୁ ଯୁବକେନ୍ଦ୍ର ତରଫରୁ କ୍ଲିନ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଚିକିତ୍ସାଳୟର ଚାରିପାର୍ଶ୍ୱ ସଫା କରି ପ୍ଲାଷ୍ଟିକ ମୁକ୍ତ କରା ଯାଇଥିଲା । କାର୍ଯ୍ୟକ୍ରମଟି ଟିଟିଲାଗଡ଼ ବ୍ଲକର ସ୍ୱେଚ୍ଛାସେବୀ ସରୋଜ ପୁଝାରୀ ନେତୃତ୍ୱରେ ହୋଇଥିଲା । ଉକ୍ତ କାର୍ଯ୍ୟଟିକୁ ଉକ୍ତ ଚିକିତ୍ସାଳୟରେ କାର୍ୟ୍ୟରତ ସୁଜିତ ରଣା ଓ ଯୁବଗୋଷ୍ଠୀ କନ୍ଦର୍ପ ଆଡ଼ଜୁଆଡ଼, ଗଗନ ଭୋଇ, ଭକ୍ତ ରାମ ଆଡ଼ଜୁଆଡ଼ ଓ ସନ୍ତୋଷ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ । ଏହି କାର୍ଯ୍ୟଟିକୁ ଚିକିତ୍ସାଳୟର ମୁଖ୍ୟ ଡାକ୍ତର ବେହେରା ନେହେରୁ ଯୁବ କେନ୍ଦ୍ର ବଲାଙ୍ଗୀରକୁ ପ୍ରଶଂସା କରିଥିଲେ ।

Leave a Reply

Your email address will not be published.