ନେହେରୁ ଯୁବ କେନ୍ଦ୍ର ତରଫରୁ କ୍ଲିନ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ

ଟିଟିଲାଗଡ଼, (ନାଗରାଜ ନ୍ୟୁଜ ): ଟିଟିଲାଗଡ଼ ବ୍ଲକ ନାରେନ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ନେହେରୁ ଯୁବ କେନ୍ଦ୍ର ତରଫରୁ କ୍ଲିନ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବିଦ୍ୟାଳୟର ଚାରିପାର୍ଶ୍ୱ ସଫା କରି ପ୍ଲାଷ୍ଟିକ ମୁକ୍ତ କରା ଯାଇଥିଲା । କାର୍ଯ୍ୟକ୍ରମଟି ଟିଟିଲାଗଡ଼ ବ୍ଲକର ସ୍ୱେଚ୍ଛାସେବୀ ସରୋଜ ପୁଝାରୀଙ୍କ ନେତୃତ୍ୱରେ ହୋଇଥିଲା । ପ୍ରଦ୍ୟୁମ୍ନ ଆଡ଼ଜୁଆଡ଼, ଗୋପାଳ ପୁଝାରୀ, ସୁଜିତ ରଣା, କନ୍ଦର୍ପ ଆଡ଼ଜୁଆଡ଼, ଗଗନ ଭୋଇ ଓ ସନ୍ତୋଷ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published.