ବହୁ ବିବାଦୀୟ ମହିମା ଗାଦିର ବିବାଦୀୟ ତୃତୀୟ ବେଢା ଉଛେଦ ଜାରି

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ବିଶ୍ୱ ପ୍ରସିଦ୍ଧ ଢେଙ୍କାନାଳ ଜିଲ୍ଲାର ମହିମା ଗାଦିର ବହୁ ବିବାଦୀୟ ତୃତୀୟ ବେଢା ଉଛେଦ ହୋଇଛି। ମାନ୍ୟବର କୋର୍ଟ ଙ୍କ ନିର୍ଦ୍ଦେଶରେ ଵିଵାଦର ଅନ୍ତ ହୋଇଛି ।ଗତ ଅଠର ତାରିଖ ରୁ ବିବାଦୀୟ ସ୍ଥାନରେ ୧୪୪ ଧାରା ଜାରି ରହିଥିବା ବେଳେ ଗଁନ୍ଦିଆ ଥାନା ଭାରପ୍ରାପ୍ତ ଅଧିକାରୀ ସତ୍ୟବ୍ରତ ଭୁତିଆ ତଦାରଖ କରୁଥିଲେ। ଗତକାଲି ଠାରୁ ଡି.ଆଇ.ଜି. ଅରୁଣ ସାହୁ,ଏସ ଡି ପି ଓ ସୂର୍ଯ୍ୟମଣି ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ପୋଲିସ୍ ବ୍ୟବସ୍ଥା କୁ କଡାକଡି କରିଛନ୍ତି। ତୃତୀୟ ବେଢା ଚାରିପଟେ ବାଉଁଶରେ ଵାରିକେଟ୍ କରାଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଘଟଣା ସ୍ଥଳରେ ଦୁଇ ଜଣ ଡିଏସପି , ସାତଜଣ ଇନ୍ସପେକ୍ଟର, ଅନ୍ୟାନ୍ୟ ଅଧିକାରୀ ଙ୍କ ସମେତ ଚାରି ପ୍ଲାଟୁନ ଫୋର୍ସ ମୁତୟନ ରହିଛନ୍ତି। ଢ଼େଙ୍କାନାଳ ମାଜିଷ୍ଟ୍ରେଟଙ୍କ ସହ ସବ୍ କଲେକ୍ଟର, ଗଁନ୍ଦିଆ ତହସିଲଦାର ଉପସ୍ଥିତ ରହି ଘଟଣା ଉପରେ କଡା ନଜର ରଖିଛନ୍ତି।

ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.