ଶ୍ରଦ୍ଧାଞ୍ଜଳୀଙ୍କୁ ଝଟକା, ଅନ୍ତରୀଣ ସୁରକ୍ଷା ଦେବାକୁ ମନାକଲେ କୋର୍ଟ

କଟକ,(ନାଗରାଜ ନ୍ୟୁଜ): ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ଆଗୁଆ ଜାମିନ ଆବେଦନ ମାମଲା । ଅନ୍ତରୀଣ ସୁରକ୍ଷା ଦେବାକୁ ମନା କଲେ ହାଇକୋର୍ଟ । ଏତଲାରେ ନାଁ ନଥିବା କହିଲେ ଶ୍ରଦ୍ଧାଞ୍ଜଳିଙ୍କ ଓକିଲ । ହେଲେ ମାମଲାରେ ଏତଲା ପଞ୍ଜିକୃତ ହୁଏ ନାହିଁ ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) କହିଛି । ଏହାସହିତ ଶ୍ରଦ୍ଧାଞ୍ଜଳି ତଦନ୍ତରେ ସହଯୋଗ କରୁନଥିବା ED ଅଭିଯୋଗ କରିଛି । ଏହାପରେ ତଦନ୍ତରେ EDକୁ ସହଯୋଗ ପାଇଁ ଶ୍ରଦ୍ଧାଞ୍ଜଳିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଆସନ୍ତା ଜାନୁଆରୀ 17 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

Leave a Reply

Your email address will not be published.